STORYMIRROR

Akshayakumar Dash

Romance Action Inspirational

4  

Akshayakumar Dash

Romance Action Inspirational

ଆଜିକାଲି

ଆଜିକାଲି

1 min
299

ଡିବି, ଲଣ୍ଠନରେ ପାଠ ପଢୁଥିଲୁ

ସିଲଟ ଆଉ ଖଡ଼ିରେ

ଅଙ୍କ କସୁଥିଲୁ

ଦୁଆତରୁ କାଉମାର୍କ।ସାହିରେ

କାଠକଲମରେ ଲେଖୁଥିଲୁ।

ଏବେ ଆଜି ବିଜୁଳି ଆଲୋକ

କାଗଜ ଡଟପେନ

ଲ୍ୟାପଟକ,କମ୍ପୁଟର

ଅନଲାଇନରେ ଶିକ୍ଷାଦାନ

ବ୍ୟବସ୍ଥା ହେଲାଣି ।

ଚୁଡା କଦଳୀ ଗୁଡ଼ ଦହି ମିଶା

ଚକଟାର ଜଳଖିଆ

ମୁଢି, ଖଇ, ଉଖୁଡା, ମୁଆଁ

ଚୁଡା ଭଜା କି ମୁଢ଼ିନଡ଼ିଆ

ଖାଇବାର ପ୍ରଶ୍ନଉଠୁନାହିଁ

ଆଜିର ପିଲାଙ୍କର।

ତାଙ୍କପାଇଁ ଦରକାର

 ବିସ୍କୁଟ, ଚାଓମିନ,ମାଗି,

ନୁଡୁଲସ,କି ବିଦେଶୀଖାଦ୍ୟ

ଆମ ପରମ୍ପରା ଖାଦ୍ୟ ପ୍ରତି

ସଚେତନତା ବା କାହିଁ?

ପଖାଳ ସାଙ୍ଗକୁ ବଢିଚୁରା

ଖେଚୁଡ଼ି ସହିତ ଦେଶୀ ଘିଅ

ଡାଲି ,ଭଜା ,ଡାଲମାର ମଜା

ହୋଟେଲରେ ମିଳେଯେତେ

ବିରିଆନି, କଚୁଡ଼ି, କି ଇଟିଲି

ଓଡ଼ିଆ ଘରର ରନ୍ଧା 

ଆରିସା, କାକରା, କୋରା

ଗଇଁଠା, ନଡିଆଲଡୁ,ଚକୁଳିବି

ପିଠାପଣାଗଲାଣି ବିଗିଡି ।

ଜର,କାଶ, ଥଣ୍ଡା ହେଲେ

 ମହୁ,ତୁଳସୀ ଆଉ ଅଦାରସ

ତ୍ରିଫଳା ର ପେଟ ରୋଗ

ଜୁଆଣି କି ଗୋଲ ମରିଚ

ତୁଟୁକା ଜଡ଼ିବୁଟିର 

ବେଳ। ଗଡି ଗଲାଣି,

ସେଟ୍ରିଜିନ, ଓମେଜ, କମ୍ପାନୀ

ଲାଲେଲାଲ ହେଲେଣି ।

ଘରକୁ ବଂଧୁ ଆସିଲେ

ଚାହା ଚିନି ଡବାକ୍ଷୀର ଗୁଣ୍ଡ,

ସେଦିନର ଲେମ୍ବୁ ଜଳ 

ଗୁଡ଼, ବେଳ, ଛେନା ପଣା

ଏସବୁର ଚାହିଦା ଆଉ ଚାଲୁନି,

ଆଜିକାଲି ନୂଆ ରୋଗ

ଏଥିପାଇଁ ଏକୁଟିଆ ଭଲ

ମୁଖରେ ତୁଣ୍ଡି ଦୂରତ୍ୱ

ମେଳା ମଉଛବ ଭୋଜି

 ତାଲା ବନ୍ଦ,ସଟ ଡାଉନ

ଜୀବନ ଯାତ୍ରା ବିପଦ ହେଲାଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance