STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ଆସ ତୁମେ ସଫଳତା

ଆସ ତୁମେ ସଫଳତା

1 min
221


କର୍ମକାର ଶ୍ରମେ ରକ୍ତ ହୁଏ ପାଣି

ମଜୁରୀ କେତୋଟି ଟଙ୍କା

ଛୋଟ ଛୋଟ କିଛି ଇଟାବାଲି ମିଶି

ଗଢିଉଠେ ଅଟ୍ଟାଳିକା ।


ଚାଷୀଭାଇଟିଏ ଖରାତରା ବର୍ଷା

ମାନେନି ଶୀତ କାକର

ସୁନାର ଫସଲ ଫଳାଏ ଖେତରେ

ମୁଖରେ ଦିଏ ଆହାର ।


ନିଷ୍ଠାପର ହୋଇ ଶ୍ରେଣୀରେ ଶିକ୍ଷକ

କରିଲେ ହିଁ ଶିକ୍ଷା ଦାନ

ଅବୋଧ ବାଳକ କୋମଳମତିଟି

ହୁଏ ବୁଦ୍ଧି ବିଦ୍ୟାବାନ ।


ଆମ କର୍ମଚାରୀ ବୁଦ୍ଧିଜୀବୀ ଆଉ

ଡାକ୍ତର ଇଞ୍ଜିନିୟର

ଆପଣା କ୍ଷେତ୍ରରେ ନିଜର କର୍ତ୍ତବ୍ୟ

ଉଚିତ କରିବା ଦରକାର ।


ଆମ ବୈଜ୍ଞାନିକ ନ କରିବେ ଯଦି

ଆବିଷ୍କାର ଉଦ୍ଭାବନ

ହୋଇପାରିବନି ଦେଶ ଅଗ୍ରସର

ହ୍ରାସ ହେବ ଗୁଣମାନ ।


ସୀମାନ୍ତରେ ଆମ ବୀର ସଇନିକ

ଦେଖାଇଲେ ପରାକାଷ୍ଠା

ଭୟଭୀତ ହେବ ବଇରୀ ଆମର

ହୋଇବା ଜଗତଜିତା ।


ନୂତନ ବରଷ ପ୍ରଭାତ କିରଣ

ଭରିଦେଙ ତତ୍ପରତା

ଅକୁଣ୍ଠିତ ସେବା ସୁସଙ୍କଳ୍ପ ନେଇ

ଆସ ତୁମେ ସଫଳତା ।


Rate this content
Log in

Similar oriya poem from Action