Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ଖୋଜିବା ଜୀବନେ ଖୁସି

ଖୋଜିବା ଜୀବନେ ଖୁସି

1 min
301


ନହୁଅ ଉଦାସ   ଦେଖି ଦୁଃଖକଷ୍ଟ

    ନୁହେଁ କିଛି ଚିରନ୍ତନ

ବଞ୍ଚିବାକୁ ହେବ   ଶତ ବାଧାବିଘ୍ନେ

    ବଞ୍ଚିବା ନାମ ଜୀବନ ।


ହୋଇପାରେ ନାହିଁ  ଇଚ୍ଛା ସବୁ ପୂର୍ଣ୍ଣ

     ରହିଯାଏ ବହୁ ବାକି

ଭାଙ୍ଗିବା ଗଢ଼ିବା   ସ°ସାର ନୀୟମ

    ଉଦାସେ ହୁଏନି ପୂର୍ତ୍ତି ।


ଭାଙ୍ଗିଗଲେ ହୁଏ    ନୂତନ ସୃଜନ

     ନବନ୍ମେଷ ଜନ୍ମ ସୃଷ୍ଟି

ରଖିବା ବିଶ୍ବାସ   ହୃଦୟେ ଦୃଢ଼ତା

    ହେବା ସଦା ଆଶାବାଦୀ ।


ପାଶେ ଥିଲେ ଧନ   ସମ୍ପଦ କ୍ଷମତା

     ସରଳ ସ୍ୱଭାବ ଗୁଣେ

ପର ଉପକାର    କରିଲେ ମଣିଷ

     ଅରଜେ ଯଶ ଜୀବନେ ।


ମିଳିଲେ ସୁଯୋଗ   କର ଉପଯୋଗ

     କ୍ରୋଧକୁ କରାଅ ଶାନ୍ତ

ସୁପ୍ରବନ୍ଧ କର     ନିଜର ସାମର୍ଥ

    ମୈ।ନେ ଥୟ ରଖ ଚିତ୍ତ ।


ଭାସି ଯାଅ ନାହିଁ   ଲୋକଙ୍କ କଥାରେ

     ଦେଖାନି ବୃଥା ବଡିମା

ହେଉ ଯେତେ ବଡ଼   ମଧୁ ବିନା ଘର

     ପିମ୍ପୁଡି ଦ୍ୱାର ମାଡେନା ।


ବିପଦ ବେଳରେ    ମଣିଷ ଏକଲା

     କେହି କୁହନ୍ତିନି ଆହା

ସମ୍ପଦ ବେଳକୁ     ଗଣିହୁଏ ନାହିଁ

    ମିଥ୍ୟା ବନ୍ଧୁଙ୍କର ସ°ଖ୍ୟା ।


ଦେଖାଇ ହୁଅନ୍ତି   ସର୍ବେ ଆପଣାର

     ଅସଲ କିଏ ଭେଜାଲ

ସତ ଆଉ ମିଛ    ଚିହ୍ନାଏ ସମୟ

      ସମୟ ହିଁ ବଳବାନ ।


ଆଖି ଖୋଲେ ଯେବେ  ଦିଶେ ସୁନ୍ଦରତା

     ହୃଦୟକୁ ଖୋଲେ ପ୍ରେମ

ବିଦ୍ୟା ବୁଦ୍ଧିବଳେ   ଚିହ୍ନିପାରେ ଗୁଣ

      ସୁପାତ୍ର ଓ ବୁଦ୍ଧିମାନ ।


ଅଟେ ବଡ଼ଗୁଣ    ସହିଷ୍ଣୁତା ଧୈର୍ଯ୍ୟ

      ସାଧୁତା କର୍ତ୍ତବ୍ୟ ନିଷ୍ଠା

ପତନେ ମଣିଷ   ହୀନ ପଶୁ ତୁଲ୍ୟ

     ସଦ୍ଗୁଣେ ହୁଏ ଦେବତା ।


ବାଣ୍ଟ ସୁଖ ଦୁଃଖ   ଆପଣା ମଧ୍ୟରେ

     ସବୁବେଳେ ରୁହ ଖୁସି

ସୁରକ୍ଷ ସମ୍ବଳ   କଲ୍ୟାଣ ଉଦ୍ଦେଶ୍ୟେ

     ଜୀବନେ ଲଭିବ ମୁକ୍ତି ।

          


Rate this content
Log in

Similar oriya poem from Action