ନ୍ୟାୟାଧୀଶର କର୍ତ୍ତବ୍ୟ
ନ୍ୟାୟାଧୀଶର କର୍ତ୍ତବ୍ୟ
ପୃଥିବୀଟା କେବେ କାହାକୁ ସତରେ
ଲାଗେ କି ନୂଆ
ସେହିପରି ସୂର୍ଯ୍ୟ, ଚନ୍ଦ୍ର, ତାରା, ପାହାଡ଼
ଲାଗେନି ତ ନୂଆ ।
ଲାଗେନି ଯେଉଁପରି ଆକାଶ, ସାଗର
ପାଣି, ପବନ ନୂଆ
ସେହିପରି ବିଚାରପତି ଏହି ସମାଜରେ
ନୂହନ୍ତି ବି ନୂଆ ।
ଯେତେ ଦିନ ପର୍ଯ୍ୟନ୍ତ ଏଇ ମଣିଷ ସମାଜ
ତିଷ୍ଠି ରହିଥିଵ
ମଣିଷ ମଣିଷ ଭିତରେ ହିଁସା କଳି ତକରାଳ
ନିଶ୍ଚୟ ରହିଛି ରହିଵ ।
କଳି ଗଣ୍ଡଗୋଳ ସମାଧାନ ପାଇଁ ବିଚାରପତି
ମାନଙ୍କ ଦରକାର ହେବ
ବିଚାରପତି ନିରପେକ୍ଷ ନିଷ୍ପତ୍ତିରେ ଶାନ୍ତିରେ
ସମାଜ ଚାଲି ପାରିବ ।
ଶାସନ ବ୍ୟବସ୍ଥାରେ ଆଇନ ସର୍ତ୍ତାବଳୀ ହୁଏ
ସର୍ବଦା ପଥ ପ୍ରଦର୍ଶକ
ଠିକ୍ ବାଟରେ ଶାନ୍ତି ମଧ୍ୟରେ ଚାଲିବାକୁ ତ
ଆଇନ ସହାୟକ ।
ଶାସନର ଗତିଧାରା ଆଇନର ଧାରା
ବାଟରେ ଯିବା ପାଇଁ
ବିଚାରପତି ତାହାର ରକ୍ଷକ ଭାବେ
ଅଛନ୍ତି ରହି ।
ବିଚାରପତିର ମନ ହୃଦୟରେ ଥିଲେ
ବାଛ ବିଚାର
ପ୍ରକୃତ ବିଚାର ନହୋଇ ମୃତ୍ୟୁ ହୁଏ
ନ୍ୟାୟ ଅଧିକାରର ।
ବିଚାରପତିର ମନ ହୃଦୟରେ ଥିଲେ
ଧର୍ମ ଓ ଜାତିର ବିକାର
ପ୍ରକୃତ ନ୍ୟାୟ ନମିଳିଲେ ବୃଦ୍ଧି ହୁଏ
ସମାଜରେ ଅତ୍ୟାଚାର ।
ରକ୍ଷା କରିବା ମାନବ ବlଦକୁ ଆମର ସମସ୍ତ
ଅନୁସନ୍ଧିତ୍ସାରେ ଓ ବୈଜ୍ଞାନିକ ଭାବନାରେ
ସର୍ବସାଧାରଣ ସମ୍ପତ୍ତିର ରକ୍ଷା କେବଳ ସମ୍ଭବ
ହିଂସା ମନୋଭାବ ପରିତ୍ୟାଗ ପରେ ।
ଯଦି ନ୍ୟାୟାଧୀଶର ବୈଜ୍ଞାନିକ ଭାବନା
ମନ ମଧ୍ୟରେ ନରହିବ
ଦେଶ ଧ୍ୱଂସ ଆଡ଼କୁ ଗତି କରିବ ଯଦି
ମତାନ୍ଧତା କୁସଂସ୍କାରରେ ଭର୍ତ୍ତି ରହିବ ।
ନ୍ୟାୟାଧୀଶର ନିରପେକ୍ଷତାରେ ସମ୍ବିଧାନ
ପ୍ରଦତ୍ତ ଯେତେ ନୂଆ ଆଶା
ନୂଆ ସକାଳର ସୂର୍ଯ୍ୟ ଉଦୟ ଓ ଉନ୍ମାଦନା
ହେଉଛି ନାଗରିକର ଭରସା ।
ସର୍ବେ ଭବନ୍ତୁ ସୁଖି ବିଶ୍ୱାସର କୋଣାର୍କ ମନ୍ଦିର
ଗଢ଼ିବା ଅଛି ବରିଷ୍ଠ ବିନ୍ଧାଣୀ ପାଶେ
ତେଣୁ ହେ ନ୍ୟାୟାଧୀଶଵୃନ୍ଦ, ରଖ ସମ୍ମାନେ
ମରିବା କାପୁରୁଷ ନୋହି ଭାବନା ଆଶେ ।
ହେ ନ୍ୟାୟାଧୀଶଵୃନ୍ଦ, ସମ୍ବିଧାନ ମାନି ଚାଲିବା
ଆଦର୍ଶ ଓ କର୍ତ୍ତବ୍ୟ ଆପଣଙ୍କର ହେଉ
ସତ୍ ବିଚାର, ଧର୍ମ ଅଧର୍ମ, ପାପ ପୁଣ୍ୟ, ଦୟାବାନ୍ ନ୍ୟାୟପରାୟଣ ଭାବନା ମନେ ରହୁ ।
ଯେଉଁ ମହନୀୟ ଆଦର୍ଶ ଗୁଡିକ ଜ୍ୟୋତି ଦେଇ
ଥିଲା ଆମର ସ୍ୱାଧୀନତା ସଂଗ୍ରାମକୁ
ଆମର କର୍ତ୍ତବ୍ୟ, ପାଳନ କରିଵା ହେଉ ସେହି
ମହନୀୟ ଆଦର୍ଶ ଗୁଡ଼ିକୁ ।
ଧର୍ମ, ଜାତି, ଭାଷା ନେଇ ସରବ ଭେଦ ଭାବ
ଭୁଲି ଐକ୍ୟ ପ୍ରତିଷ୍ଠା କରିବା,
ଅନେକରେ ବିଭିନ୍ନତାରେ ଐକ୍ୟର ଭାବନାରେ ଆମ ସାର୍ଵଭୌମତ୍ୱ ସଂହତି ସୁରକ୍ଷିତ ରଖିବା ।