STORYMIRROR

Ajit Kumar Raut

Action

4  

Ajit Kumar Raut

Action

ହେ ନ୍ୟାୟାଧୀଶ

ହେ ନ୍ୟାୟାଧୀଶ

1 min
289

କିପରିଟି ନ୍ୟାୟ କର ନ୍ୟାୟାଧୀଶ

   ଶିକ୍ଷା ଅଧିକାର ଯହିଁ,

ବିଚ୍ଛନ୍ନାଚଳରେ ରୁହନ୍ତି ଓଡ଼ିଆ

   ତାଙ୍କ ଶିକ୍ଷା କିମ୍ପା ନାହିଁ।


କୋଡ଼ିଏ ଲକ୍ଷ୍ୟରୁ ବେଶି ହିଁ ଓଡ଼ିଆ

  ରହୁଛନ୍ତି ଝାଡ଼ଖଣ୍ଡେ

ତିନି ଜିଲ୍ଲା ମଧ୍ୟେ ରୁହନ୍ତି ଓଡ଼ିଆ

  ଅନ୍ୟ ଜିଲ୍ଲା ଝାଡ଼ଖଣ୍ଡେ।


ଓଡ଼ିଆ ର ଭୂମି ସିଂହଭୂମି ଥିଲା

  ହୋଇ ଅଛି ତିନି ଜିଲ୍ଲା,

ସଢୈଇକଳା ଓ ଖରସୁଆଁ ଜିଲ୍ଲା

  ପୂର୍ବ ସିଂହଭୂମି ଜିଲ୍ଲା।


ତୃତୀୟ ଜିଲ୍ଲା ପଶ୍ଚିମ ସିଂହଭୂମି

  ଓଡ଼ିଆ ବହୁଳ ଜିଲ୍ଲା,

ଉତ୍କଳୁ ବିଚ୍ଛନ୍ନ ସିଂହଭୂମି ଏହୁ

  ମାତୃଭାଷା ଶିକ୍ଷା ଗଲା।


ବହି ନାହିଁ ଏଠି ଓଡ଼ିଆ ଭାଷାର

  ଓଡ଼ିଆ ଶିକ୍ଷକ ଶୂନ୍ୟ,

କିପରି ପଢିବେ ଛାତ୍ରଛାତ୍ରୀ ମାନେ

  ହୋଇ ଅଛି ଜ୍ଞାନ ଶୂନ୍ୟ।


ମାତୃଭାଷା ଶିକ୍ଷା ଅଧିକାର ଆମ

  ମାତୃଭାଷା ଶିକ୍ଷା ନାହିଁ,

ଶୁଣ ନ୍ୟାୟାଧୀଶ ରୋଦନର ରାବ୍

  ତିଳେ କିମ୍ପା ଦୟା ନାହିଁ ।


ନୂଆ ଶିକ୍ଷାନୀତି ଦିଏ ଅଧିକାର

  ମାତୃଭାଷା ବଢା ପାଇଁ,

ମାତୃଭାଷାରେ ହିଁ ପଢିବେ ବାଳକେ

  ଶିକ୍ଷାନୀତି ତାହା ପାଇଁ।


ରାଜ୍ୟ ସରକାରେ ଧ୍ୟାନ ନାହିଁ ତିଳେ

  ନାହିଁ ଓଡ଼ିଆଙ୍କ ଧ୍ୟାନ,

ଝାଡ଼ଖଣ୍ଡ ହୋଇ ଶିକ୍ଷା ଗଲା ଆମ

  ଶିକ୍ଷା ପ୍ରତି ନାହିଁ ଧ୍ୟାନ।


ଶୁଣ ନ୍ୟାୟାଧୀଶ ଝାଡ଼ଖଣ୍ଡେ କୁହ

  ଓଡ଼ିଆ ରେ ବହି ମିଳୁ,

ଓଡ଼ିଆ ଶିକ୍ଷକ ରୁହନ୍ତୁ ସ୍କୁଲରେ

  ଓଡ଼ିଆ ଙ୍କୁ ଶିକ୍ଷା ମିଳୁ।


ମାତୃଭାଷା ଶିକ୍ଷା ବିହୁନେ ଜୀବନ

  ମୂଲ୍ୟ ନାହିଁ ଆମ କିଛି,

ଆତ୍ମନିର୍ଭରଟି ତେବେହିଁ ହୋଇବେ

  ବ୍ୟବସ୍ଥା କରହେ କିଛି।


ଉତ୍କଳର ଭୂମି ଥିଲା ସିଂହଭୂମି

  ଓଡ଼ିଆ ଙ୍କ ଭୂମି ଏହୁ,

କାଳ କବଳରୁ ବିଚ୍ଛନ୍ନ ହୋଇଲା

  ଝାଡ଼ଖଣ୍ଡେ ରାଜ୍ୟେ ଏହୁ।


ଗୁହାରି ଶୁଣହେ ପୂଜ୍ୟ ନ୍ୟାୟାଧୀଶ

  ଶିକ୍ଷା ଦାନ ଏଠି ହେଉ,

ଜନନୀର ଭାଷା ପଢନ୍ତୁ ଓଡ଼ିଆ

  ଶିକ୍ଷାର ବ୍ୟବସ୍ଥା ହେଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action