ହାଏ ରେ କରୋନା
ହାଏ ରେ କରୋନା
ଚୀନ ଦେଶରୁ ଆସିଲୁ କାହିଁ
ସାରା ବିଶ୍ଵକୁ ଗ୍ରାସିଲୁ ତୁହି
କେତେ ମନ ହେଲା ହାଇଁ ପାଇଁ
ଦୂର ଆକାଶୁ ଲୁହ ଝରଇ
ତୋ ଉଦ୍ଦେଶ୍ୟ କଥାଟେ କହନା
ହାଏ ରେ କରୋନା ।
ଶୁନ୍ ଶାନ୍ ସେ ସହର ଗଳି
ବାଟେ ଦାଦନ ଗଲେ ଯେ ଟଳି
ବୁଢା ବାପା ମନେ ଅନେକ କୋହ
ମା' ପୋଛୁଥିଲା ପଣତେ ଲୁହ
କି ନିଷ୍ଠୁର ତୁ ସହି ହୁଏନା
ହାଏରେ କରୋନା ।
ଡାକି ବୁଲେ ସଚ଼େତନ ବାଜା
ନାହିଁ ଆଉ ବାହା ଭୋଜି ମଜା
ମାସ୍କ ପିନ୍ଧ ସାବୁନରେ ହାତଧୁଅ
ଜଣେ ଟିକେ ଦୂରେ ଛିଡ଼ାହୁଅ
ସାଙ୍ଗ ମେଳତୁ ସହି ପାରୁନା
ହାଏରେ କରୋନା ।
ପାଠପଢା ଚୁଲିକି ଯାଇଛି
ପରୀକ୍ଷା ଫଳ ଭଲ ହୋଇଛି
ବ୍ୟବସାୟୀଟେ କ୍ଷତି ସହିଛି
ମୁଣ୍ଡେ ହାତ ଦେଇ ସେ କାନ୍ଦୁଛି
କେତେ ଦେବୁ ଏମିତି ଯାତନା
ହାଏରେ କରୋନା ।
ଲାଗୁନି ଡର ତୋହରି ରଡ଼ି
ଆରେ ଫେରିଯା ଭାରତ ଛାଡ଼ି
କରୋନା ନାନୀ ହେବୁ ଜବତ
ଆମର ଅଛି ଟୀକା ବହୁତ
ଡରାନାରେ ଆଉତୁ ଡରାନା
ହାଏରେ କରୋନା ।
