ପାଟୁଆ ନାଚ
ପାଟୁଆ ନାଚ
ଉତ୍କଳର ପୁରପଲ୍ଲୀରେ
ଭକ୍ତି ଭାବରେ ଖ୍ୟାତ
ଦେବୀ ପୀଠେ ଦଳ ହୋଇ କରେ
ଘଣ୍ଟ ପାଟୁଆ ଯେ ନୃତ୍ୟ ।
ବାର ମାସେ ସାର ଚୈତ୍ରମାସର
ପାଞ୍ଚ ମଙ୍ଗଳ ବାର
ନାନା ବାଦ୍ୟ ନୃତ୍ୟେ ଜନ
ଗହଳି ଲାଗେ ମନ୍ଦିର ।
ପଣା ସଂକ୍ରାନ୍ତି ଝାମୁ ଯାତ୍ରା
ଦେବୀ ପିଠରେ ମାନ୍ୟ
ଭକ୍ତର ରୋଗ କ୍ଲେଶ ଶୋକ
ମାତା କରିଥାନ୍ତି ଯେ ହରଣ ।
ନାରୀ ବେଶରେ ପୁରୁଷ
ସେବକ ସାଜେ ଭକତିରେ
ହସ୍ତରେ କଙ୍କଣ ସିନ୍ଦୁର ମଥାରେ
ନାଲି ବସ୍ତ୍ର ଶରୀରରେ ।
ହାତେ ଦଣ୍ଡ ଧରି ଭକ୍ତି ହୃଦୟରେ
ପୁଷ୍ପକ ଘଟ ମୁଣ୍ଡ ପରେ
ମାଆ ମଙ୍ଗଳାଙ୍କୁ ମାଆ ଶାରଳାଙ୍କୁ
ସୁମରି ଭକ୍ତି ଭରେ ।
ଝଙ୍କଡ଼ ସହିତେ କାକଟପୁରରେ
ତାରା ତାରିଣୀ ପୀଠରେ
ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି
ଘଣ୍ଟ ପାଟୁଆ ନାଚରେ ।
ଆଠ ପରକାରେ ଏହି ଦଣ୍ଡ ପରବକୁ
ସଭିଏଁ ନିଷ୍ଠାପରେ ପାଳିଥାନ୍ତି
ଉଡ଼ା,କଣ୍ଟା, ଘଟ,ଘଣ୍ଟା,ରଣପା
ଦଣ୍ଡ ପାଟୁଆ ମନାସି ଥାନ୍ତି ।
ପ୍ରାଚୀନ ଉତ୍କଳୀୟ ପରମ୍ପରା କଳା
ପାଟୁଆ ଲୋକନୃତ୍ୟ
ବାର ମାସେ ତେର ପର୍ବ ଭକ୍ତିଭରେ
ପାଳେ ସ୍ମରି ମାତାଙ୍କୁ ଯେ ସତ୍ୟ ।
