STORYMIRROR

Samar Ballav Bhoi

Romance Action Others

4  

Samar Ballav Bhoi

Romance Action Others

ତୁମେ କିପରି ?

ତୁମେ କିପରି ?

1 min
233


ତାରା ଖଚିତ ଆକାଶରେ 

ଚନ୍ଦ୍ର ଯେମିତି ସୁନ୍ଦର

ତୁମେ ତ ସେହିପରି

କବିର ଭାବନାରେ  

ଅତ୍ୟନ୍ତ ସୁନ୍ଦର ...।


ବିସ୍ତିର୍ଣ୍ଣ ସାଗର ବକ୍ଷରେ

ବୋଇତଟି ଯେମିତି ଏକା ଏକା

ତୁମେ ତ ସେହିପରି

ତୁମ ଭାବନା ଓ ବିଶ୍ବାସରେ 

ଏକା ଏକା....।


ନିବିଡ ଅନ୍ଧାରରେ

ଖଦ୍ୟୋତିକା ଯେମିତି ସୁନ୍ଦର

ତୁମେ ତ ସେହିପରି 

ମୋ ଭାବନା ହୃଦୟରେ ଅତ୍ୟନ୍ତ ସୁନ୍ଦର ।


ପାହଡର ପାଦ ଦେଶରୁ

ନଦୀ ଯେମିତି ଦୀର୍ଘ ବ୍ୟାପି

ତୁମେ ତ ସେହିପରି

ମୋ ଆଖିରେ ଦୀର୍ଘବ୍ୟାପି  

ସ୍ବପ୍ନର ସମ୍ଭାର....।


ବଗିଚାର ଫୁଲର ବାସ୍ନାରେ

ଭ୍ରମର ଯେମିତି ବୁଲୁଥାଏ ପାଗଳପରି

ତୁମେ ତ ସେହିପରି

ମୋ ହୃଦୟ ଭାଷାରେ  

ଅତ୍ୟନ୍ତ ମଧୁର ମାଧୁରୀ.....।।


Rate this content
Log in

Similar oriya poem from Romance