STORYMIRROR

Ajit Kumar Raut

Abstract Action

4  

Ajit Kumar Raut

Abstract Action

ନିସ୍ବାର୍ଥର ସେବା ସର୍ବୋପରି

ନିସ୍ବାର୍ଥର ସେବା ସର୍ବୋପରି

1 min
251


ଦେଖ ଭକ୍ତଜନ ନିସ୍ବାର୍ଥ କର୍ମୀକ

ଆବିର୍ଭାବ ସୂର୍ଯ୍ୟ ପରି,

ନିସ୍ବାର୍ଥ କର୍ମରେ କର୍ମ କରୁଛନ୍ତି

ସେବାକୁ ମନ୍ତ୍ରଟି କରି।୧।


ଜନ କଲ୍ୟାଣରେ ଅର୍ପଣ ଜୀବନ

ଦିନରାତି ଲାଗି ଛନ୍ତି,

ବିଶ୍ବ ଗୁରୁ ସ୍ବପ୍ନ ସାକାର ନିମନ୍ତେ

ଦେଶ ହିତେ ଲାଗି ଛନ୍ତି।୨।


ବିଶ୍ବ କଲ୍ୟାଣର ନିସ୍ବାର୍ଥ ମନ୍ତ୍ରକୁ

ହସ୍ତେ ଧରି ଛନ୍ତି ନିଜ,

ଆତ୍ମନିର୍ଭରକୁ ଦେଶରେ ଆଣନ୍ତି

ନ ରଖନ୍ତି ପର ନିଜ।୩।


ଭାରତ ମାତାର ସନ୍ତାନ ସମସ୍ତେ

ଭେଦ ଭାବ ନାହିଁ ଏଠି,

ଜାତିଭେଦ ଭାବ ନାହିଁଟି ଏଠାରେ

ସମଭାବ ମନ୍ତ୍ର ଏଠି।୪।


ଜ୍ଞାନ ବିଜ୍ଞାନର ମନ୍ତ୍ର ଯୋଡ଼ି ଛନ୍ତି

ଶକ୍ତିଶାଳୀ ହୁଏ ଦେଶେ,

ପୌରାଣିକ ଗାଥା ପୁରୁଣା ସଂସ୍କୃତି

ସୁରକ୍ଷିତ ହୁଏ ଦେଶେ।୫।


ଗ୍ରାମୀଣ ଭାରତ ପ୍ରଗତିଶୀଳହେ

ନିସ୍ବାର୍ଥ କର୍ମର ବଳେ,

ନୂଆ ଇତିହାସ ଯୋଡ଼ି ଦେଇ ଛନ୍ତି

ଆଧ୍ୟାତ୍ମିକ ଶକ୍ତି ବଳେ।୬।


ସବୁ ଧର୍ମ ପ୍ରତି ଆଦର ତାଙ୍କର

ଜନସେବା ହୁଏ ମନ୍ତ୍ର,

ସମସ୍ତ ଗୌରବ ଦେଶେ ଆଣୁଛନ୍ତି

ବିଶ୍ବକଲ୍ୟାଣର ମନ୍ତ୍ର।୭।


ଦେଖ ଭକ୍ତଗଣ ନିସ୍ବାର୍ଥ କର୍ମୀକ

ଆବିର୍ଭାବ ସୂର୍ଯ୍ୟ ପରି,

ନିସ୍ବାର୍ଥ କର୍ମରେ କର୍ମ କରୁଛନ୍ତି

ସେବାକୁ ମନ୍ତ୍ରଟି କରି।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract