STORYMIRROR

Ajit Kumar Raut

Action Inspirational

4  

Ajit Kumar Raut

Action Inspirational

ବିନୟ ବଚନ ହିଁ ଜୀବନର ମାର୍ଗ

ବିନୟ ବଚନ ହିଁ ଜୀବନର ମାର୍ଗ

1 min
192


ଆଦର ଶ୍ରଦ୍ଧାର ବଚନ।

           କହି ତୋଷିବା ଜନମନ।।

ଅତିଥି ସେବାରେ ହିଁ ଦିନ।

            ଅର୍ପଣ କରିବା ହିଁ ମନ।।

ସତ୍ୟର ପଥେ ହିଁ ଧରମ 

            ନିସ୍ବାର୍ଥ ସେବା ହିଁ କରମ।।

ବଚନ ଅମୂଲ୍ୟ ରତନ।

            ଜୀବନେ ରହୁ ଚିରଦିନ।।

ଆଦରେ ବଚନ କହିବା।

             ପ୍ରାଣୀଙ୍କ ମନକୁ ମୋହିବା।।

ଧରମ ପଥରେ ଚାଲିବା।

             କାହାକୁ ଦୁଃଖ ହିଁ ନ ଦେବା।।

ପ୍ରଭୁଙ୍କ ଭକ୍ତିରେ ଜୀବନ।

              ସର୍ବଦା ରହୁ ମୋର ମନ।।

ଅନ୍ୟକୁ କରିବା ସମ୍ମାନ।

              କହି ତୋଷିବା ତାର ମନ।।

ଦୁଃଖିତ ନ କରିବା କାରେ।

              ଆଦର କରିବା ତାହାରେ।।

ମନୁଷ୍ୟ ଜୀବନ ଦୁର୍ଲ୍ଲଭ। 

              ନିସ୍ବାର୍ଥ କର୍ମରେ ସଫଳ।।

ରାଷ୍ଟ୍ର ଭକ୍ତିରେ ପ୍ରାଣ ମନ

              ଅର୍ପଣ କରିବା ଜୀବନ ।।

ଜୀବନେ ଜାଗୁ ଭକ୍ତି ପ୍ରେମ।

            ନିସ୍ବାର୍ଥ ଭାବର ସଙ୍ଗମ।।

ପ୍ରଭୂଙ୍କ ଚରଣେ ରେ ମନ।

            ଅର୍ପଣ ହେଉ ନିତିଦିନ।।

ଭାଷାକୁ କରିବି ଆଦର

           ସର୍ବଦା ରହୁ ପ୍ରାଣେ ମୋର।।

ମଧୁର ବିନୟ ବଚନେ

          ଖୁସି ଆଣିବା ଜନମନେ।

ଜୀବନେ ସମଭାବ ରହୁ

          ଭେଦଭାବ ର ସ୍ଥାନ ନହୂ।।

ଆଦର ଶ୍ରଦ୍ଧାର ବଚନ।

           କହି ତୋଷିବା ଜନମନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action