STORYMIRROR

Samar Ballav Bhoi

Romance Tragedy Action

4  

Samar Ballav Bhoi

Romance Tragedy Action

ଅଭିମାନ

ଅଭିମାନ

1 min
205


ଅଭିମାନ ର

ବଗିଚାରେ ତୁମେ ମୋର

ଅବୁଝା ଗୋଲାପ ଫୁଲ

ଯେତେ ବୁଝାଇଲେ କ'ଣ ବୁଝେ

ଅମାନିଆ ହୋଇଯାଏ

ପ୍ରେମର ସମୀରେ ଦୋହଲି ଯାଏ

ଟିକିଏ ପ୍ରେମର ପରଶ ପାଇଁ

ଏ ଅଭିମାନ........।!


ନରମ ନରମ 

ତୁମ କଥାର ଗାଲିଚାରେ

ମନ ଖାଲି ଭରିଯାଏ ମିଠା ମିଠା କଥାରେ

ଯେତେ କହିଲେ କ'ଣ କହେ

ଅଭିମାନୀ ହୋଇଯାଏ..... 

ପ୍ରେମ ଗାଲିଚାରେ ଶୋଇଥାଏ

ଟିକିଏ ଅଭିମାନର ଶବ୍ଦ ପାଇଁ

ଏ ଅଭିମାନ...!!


ଅଭିମାନ ର

ସାଗରରେ ତୁମେ ମୋର

ଅବୁଝା ଉତ୍ତାଳ ତରଙ୍ଗ

ଯେତେ ବନ୍ଧ ଦେଲେ କ'ଣ ଅଟକେ

ଭାଙ୍ଗି ଦେଇଯାଏ 

ପ୍ରେମ ଅଭାବରେ ଭଟ୍ଟା ପଡ଼ିଯାଏ

ଟିକିଏ ପ୍ରେମ ଜୁଆରର ବିଳମ୍ବରେ 

ଏଥିପାଇଁ 

ଏ ଅଭିମାନ.....!!


ହାରିଲି ଏଥର

ପ୍ରିୟା ମୋର

ଭାଙ୍ଗି ଦିଅ ତୁମ ଅଭିମାନ

କରନା ଆଉ ଅଭିମାନର ଆନ୍ଦୋଳନ

ମୋ କ୍ଷମତା କରିଲି ମୁଁ ପ୍ରତ୍ୟାହାର

ତୁମେ ଏଥର କୁହ କରିବି ନାହିଁ

ଅଭିମାନର ଆନ୍ଦୋଳନ

ମୋ ହୃଦୟ ସରକାର ଠାରେ

ମୋ ଅଭିମାନିନୀ ଗୋ ଅଭିମାନିନୀ

ହାତରେ ହାତ ମିଳାଇ 

ଗଢିତୋଳିବା ଆମ ପ୍ରେମର ରାଷ୍ଟ୍ର

ସୁଦୀର୍ଘ ହେଉ ତୋର ପ୍ରେମ ସରକାର

ଛାଡ ଏବେ

ଅଭିମାନର ସହର।!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance