STORYMIRROR

Samar Ballav Bhoi

Abstract Romance Action

4  

Samar Ballav Bhoi

Abstract Romance Action

ଫଗୁଣ ପିନ୍ଧିଛି ଅଭିର ପାଟ

ଫଗୁଣ ପିନ୍ଧିଛି ଅଭିର ପାଟ

1 min
185


ପେନ୍ଥା ପେନ୍ଥା ପଳାଶ ଫୁଲର ବାସନା

ଚାରି ଦିଗ ମହକି ଉଠଇ

ଅଭିର ରଙ୍ଗର ପାଟଶାଢ଼ୀ ପିନ୍ଧି ଫଗୁଣଟା

ଚାହୁଁଛି ଟିକିଏ ଲାଜେଇ ଲାଜେଇ।।


ଚାରି ଆଡ ଅଭିର ରଙ୍ଗର ଲହରୀ 

ପ୍ରେମ ବାସ୍ନାରେ ମହକେ ଧରିତ୍ରୀ ରାଣୀ  

ପ୍ରେମିକ ପ୍ରେମିକା ଦୁଇ ମନ ନେଇ

ଗଢନ୍ତି ବାସ୍ତବ ପ୍ରେମ କାହାଣୀ।। 


ଫୁଲରୁ ଫୁଲକୁ ଉଡଇ ପରଜାପତି 

ଉଡି ଉଡି ବାଣ୍ଟନ୍ତି ସ୍ନେହ ବିସ୍ତାରି

ଫଗୁଣ ଅଭିର ସ୍ନେହ ର ପ୍ରତୀକ

ହୃଦୟେ ଯାଏ ସେ ଭରି ଭରି।।


ଅଳତା ରଙ୍ଗରେ ପ୍ରିୟା ପାଦଧାର

ଲାଗେ ବହୁତ ସୁନ୍ଦର

ମଳୟ ପବନ ପୀରତି ରଙ୍ଗରେ 

ଭରିଥାଏ କେତେ ଅଭିର।।


ଫଗୁଣ ପିନ୍ଧିଛି ଅଭିରର ପାଟ

ପାଟ ପିନ୍ଧି ସିଏ ସୁନ୍ଦର ଦିଶଇ

ହୋଲି ପରବରେ ଝଟକେ ବସନ୍ତ

ଅଭିର ରଙ୍ଗକୁ ସାଥିରେ ନେଇ।।


ଅଭିର ରଙ୍ଗରେ ସାରା ଆକାଶଟା

ଦେଖା ହୁଏ ଭାରି ସୁନ୍ଦର

ମନ ମୋହି ନିଏ ରଙ୍ଗର ପସରା

ହୃଦୟେ ଜନମେ ସ୍ନେହ ଆଦର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract