STORYMIRROR

Ajit Kumar Raut

Action Classics

4  

Ajit Kumar Raut

Action Classics

ସ୍ମୃତିରେ ଅଥୟ ପ୍ରାଣ

ସ୍ମୃତିରେ ଅଥୟ ପ୍ରାଣ

1 min
199


ରୋଗ ଶଯ୍ୟା ପରେ ପଡିଅଛି ମୁହିଁ

ଅସ୍ଥିର କରୁଛି ପ୍ରାଣ,

ଜ୍ଞାନର ପ୍ରଦୀପ ଅଥୟ କରୁଛି

ମନ ମଧ୍ୟରେଟି ଶୁଣ।୧।


ପୂଜି ନ ପାରୁଛି ସେବି ନ ପାରୁଛି

ଉଠୁ ନ ପାରୁଛି କ୍ଷଣେ,

ଅତି ଭୟଙ୍କର ରୋଗର ଯନ୍ତ୍ରଣା

ସ୍ମୃତିରେ ଆତୁର ପ୍ରାଣେ।୨।


ଦୀର୍ଘ ଦିନ ହେଲା ରୋଗରେ ଗ୍ରସିତ

ଅତିହିଁ କଷ୍ଟଟି ମଣେ,

ଜୀବନର ଆଶା ନାହିଁଟି ଜୀବନେ

ତୋର ସ୍ମୃତି ରହୁ ପ୍ରାଣେ।୩।


ଜ୍ଞାନର ଅମୄତ ଦିଅ ମହାପ୍ରଭୁ 

ସତ୍ୟର ମାର୍ଗଟି ଦିଅ,

ତୁମରି ସ୍ମୃତିରେ ଭକ୍ତି ରହୁ ପ୍ରଭୁ

ଚରଣରେ ସ୍ଥାନ ଦିଅ।୪।


ଜୀବନେ ମୋହର ଅଭିଳାଷ ନାହିଁ

ତୋ ଭକ୍ତିରେ ମନ ମୋର,

ସୁଖ ଭୋଗ ଆଉ ଆବଶ୍ୟକ ନାହିଁ

ତୁମେ ହିଁ ରତ୍ନ ଯେ ମୋର।୫।


ରୋଗ ଶଯ୍ୟା ପରେ ପଡିଅଛି ମୁହିଁ

ଅସ୍ଥିର କରୁଛି ପ୍ରାଣ,

ଜ୍ଞାନର ପ୍ରଦୀପ ଅଥୟ କରୁଛି

ମନ ମଧ୍ୟରେଟି ଶୁଣ।୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action