STORYMIRROR

Samar Ballav Bhoi

Tragedy Action Inspirational

4  

Samar Ballav Bhoi

Tragedy Action Inspirational

ସମ୍ପଦ କାଳେ ସର୍ବେ ସଖା

ସମ୍ପଦ କାଳେ ସର୍ବେ ସଖା

1 min
186



ମଣିଷର ମନ ଏମିତି ପ୍ରକାର 

ଜାଣିଲେ ଲାଗଇ ଚିଡ଼ି ଚିଡା

ପାଇବାର ଆଶା ଥିବା ଯାଏ ସିଏ 

ଅତି ନିକଟରେ ହୋଇଥାଏ ଛିଡ଼ା ।।


ସତରେ ମଣିଷ କେତେ ସେ ଅଡ଼ୁଆ

ମନେ ଥାଏ ତାର କେତେ କଥା

କହିବ କହିବ କହି ତ ପାରେନା

ମନେ ରଖିଥାଏ ଅନେକ ବ୍ୟଥା ।।


ସମ୍ପଦ ଲୋଭରେ ମନ ବାଡୁଥାଏ

ସମ୍ପଦେ ଲାଗି ରହିଥାଏ ଲୋଭ

ସମୟ ସୁବିଧା ଦେଖି ସେ ମଣିଷ

କରନ୍ତି ବ୍ୟବହାର ସତେ ଦୁର୍ଲଭ ।।


ନିଜ କାମ ଛାଡି କରନ୍ତି ସେ କାର୍ଯ୍ୟ

ସତେ କି ଆପଣାର ଭାବ ରଖି

ପ୍ରତିଦିନ ତାଙ୍କ ଉପସ୍ଥିତ ଜାରି

ଧନ ସମ୍ପଦେ ରଖିଥାନ୍ତି ତାଙ୍କ ଆଖି ।।


ସମ୍ପଦର ଲୋଭ ଭାରି ସେ ଅଡ଼ୁଆ

ପାଇବାର ଆଶା ଗଲେ ଥରେ ପୁରି

ପାଖେ ନ ମିଳନ୍ତି ଦରକାର ବେଳେ

ଦେବା ବାଲା ଭାବୁଥାଏ ଝୁରି ଝୁରି ।।


ମଣିଷ ପଣିଆ ହୃଦୟେ ନଥିଲେ

ଧନ ଲୋଭେ ମନଥାଏ ଲୋକଦେଖା

ସମ୍ପଦ କାଳେ ହୁଅନ୍ତି ସର୍ବେ ସଖା

ବିପଦେ ନ ଦିଅନ୍ତି କେବେ ଦେଖା ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy