ଓଡ଼ିଆ ଭାଷା
ଓଡ଼ିଆ ଭାଷା
କ୍ରନ୍ଦନ କରୁଛି ମାତୃଭୂମି ମୋର
ଝରାଇ ନେତରୁ ଲୁହ
ଅଯୋଗ୍ୟ ସନ୍ତାନ ଭୁଲିଛି ମାଆକୁ
ଝରାଇ ମାଆର କୋହ |
କହିବା ଭୁଲିଲା ନିଜ ମାତୃଭାଷା
ଉଚ୍ଚାରି ବିଦେଶୀ ଭାଷା
ଛାଡିଦେଲା ନିଜ ପୁଣ୍ୟ ମାତୃଭୂମି
କରିଣ ସହରେ ବସା |
ଛୋଟଥିବା ବେଳେ କହୁଥିଲା ଯିଏ
ବାପା ମାଆ ଭାଇ ଭଉଣୀ
ଶିକ୍ଷିତ ହୋଇଣ ଆଜି ସେ ଗାଉଛି
ବିଦେଶୀ ଭାଷାର ବାଣୀ |
ସଭ୍ୟତା ସଂସ୍କୃତି ଜାତୀୟ ସଂହତି
ମିଶୁଛି ମାଟିରେ ଆଜି
କିଏ ବା କରୁଛି ଭାଗବତ ପାଠ
ସବୁ ତ ହେଲାଣି ବାଜି |
ହୁଅ ଗ୍ରାମନ୍ତର ହୁଅ ଦେଶାନ୍ତର
(କିନ୍ତୁ) ଭାଷାନ୍ତର ହେବନାହିଁ
ଯେଉଁଠାରେ ଥାଅ ଯାହା କରୁଥାଅ
ମାତୃଭାଷା ଭୁଲନାହିଁ |
ମାତୃଭାଷା ଆମ ମାତରି ସମାନ
ଓଡ଼ିଆ ଆମରି ଭାଷା
କହିବା ଓଡ଼ିଆ ରହିବା ବଢିଆ
ମନେରଖି ମାତୃଭାଷା ||
