STORYMIRROR

Ajit Kumar Raut

Action Inspirational

4  

Ajit Kumar Raut

Action Inspirational

ରୋଦନ କରେ ମୋ ବିଚ୍ଛିନ୍ନାଚଳ

ରୋଦନ କରେ ମୋ ବିଚ୍ଛିନ୍ନାଚଳ

1 min
185


ଭାଷାଶୂନ୍ୟ ଭୂମି ବିଚ୍ଛିନ୍ନାଚଳ ଯେ

ରୋଦନ କରୁଛି ନିତ୍ୟେ,

କେହି ହିଁ ନାହାନ୍ତି ଭାଷା ପ୍ରେମୀ ଏଠି

କର୍ତ୍ତବ୍ୟ ନାହିଁଟି ସତ୍ୟେ।୧।


ଗୁଲାମିର ଗାଥା ଜଡିତ ରହିଛି

ଭାଷାର ନାହିଁ ଆଦର,

ଅନ୍ୟର ପଛରେ ଗୋଡାଉଛନ୍ତି ଯେ

ନ ହୁଏ ଭାଷା ଆଦର।୨।


ମାତୃଭୂମୀ ପରା ସ୍ବର୍ଗଠୁ ବଡ ଯେ

ମାତୃଭାଷା ପରିଚୟ,

ଅର୍ପଣ କରହେ ପବିତ୍ର ଜୀବନ

ନିତ୍ୟେ ସେବୁ ଥାଅ ତାର।୩।


ପରିଚୟ ନାହିଁ ଜୀବନେ ତାହାର

ଭାଷା ନାହିଁ ଯଦି ମନେ,

ମାତୃଭାଷା ଆମ ଓଡ଼ିଆ ଭାଷା ଯେ

ନିତ୍ୟେ ରଖ ତାର ମାନ।୪।


ନିରାକାର ପ୍ରଭୁ ଭକ୍ତ ନିରଞ୍ଜନ

ସବୁରି କାରଣ ତୁହି,

ବିଚ୍ଛିନ୍ନାଚଳରେ ଭାଷାର ପ୍ରଦୀପ

ଜାଳିଦିଅ ପ୍ରଭୁ ତୁହି।୫।


ବିଚ୍ଛିନ୍ନାଚଳର ଓଡ଼ିଆ ଭାଷୀଙ୍କ

ନିଦ୍ରା ଭାଙ୍ଗି ଜାଗି ଉଠୁ,

ମାତୃଭାଷା ଆଉ ମାତୃଭୂମୀ ପାଇଁ

ପରାକ୍ରମ ଜାଗି ଉଠୁ।୬।


ଶୁଭ ମୂହୁର୍ତ୍ତରେ ଶୁଭ କାର୍ଯ୍ୟ ହେବ

କହିଛନ୍ତି ଦୀନବନ୍ଧୁ,

ବିଳମ୍ବ ନକରି ଭାଷା ହିତେ ଲାଗ

ଦେବେ ଶକ୍ତି କୄପାସିନ୍ଧୁ।୭।


ଭାଷାଶୂନ୍ୟ ଭୂମି ବିଚ୍ଛିନ୍ନାଚଳ ଯେ

ରୋଦନ କରୁଛି ନିତ୍ୟେ,

କେହିହିଁ ନାହାନ୍ତି ଭାଷା ପ୍ରେମୀ ଏଠି

କର୍ତ୍ତବ୍ୟ ନାହିଁଟି ସତ୍ୟେ।୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action