STORYMIRROR

Ajit Kumar Raut

Action Inspirational

4  

Ajit Kumar Raut

Action Inspirational

ସର୍ବୋପରି ମୋ ମାଆଁ

ସର୍ବୋପରି ମୋ ମାଆଁ

1 min
181


ସବୁଠାରୁ ଶ୍ରେଷ୍ଠ ଜୀବନେ ଯାତ୍ରାରେ

ଜନନୀ ସବୁଠୁ ବଡ଼,

ନାହିଁ କେହି ଅନ୍ୟ ବଡ଼ହିଁ ଜୀବନେ

ମାଆଁ ହିଁ ସବୁଠୁ ବଡ଼।



ସନ୍ତାନ ନିମନ୍ତେ ଜୀବନ ତାହାର

ଅର୍ପଣଟି କରି ଥାଏ

ଏ ଭବ ସଂସାରେ କଷ୍ଟ ସହି ମଧ୍ୟ

ସନ୍ତାନକୁ ପାଳୁ ଥାଏ।



ରାଗ ମୋହ ନାହିଁ ଜୀବନେ ତାହାର

କରୁଣାର ପ୍ରତିମୂର୍ତ୍ତି

ସରି ହେବେ ନାହିଁ କେହି ତା ଆଗରେ

ଜ୍ଞାନର ସେ ପ୍ରତିମୂର୍ତ୍ତି।



ପୂଜାର୍ଚ୍ଚନା ତାର ଜୀବନର ମନ୍ତ୍ର

ପ୍ରଭୁ ମନ୍ଦିରରେ ଯାଇ,

ପ୍ରେମ ଭକ୍ତି ଶ୍ରଦ୍ଧା ଅର୍ପଣ କରଇ

ଜଗନ୍ନାଥ ପାଦେ ଯାଇ।



ପ୍ରଭୁଙ୍କ ଚରଣେ ବିନତି କରଇ

ଗୄହର ପାଇଁ ମଙ୍ଗଳ 

ନିରୋଗ ରଖନ୍ତୁ ପ୍ରଭୁ କୄପାସିନ୍ଧୁ

ସନ୍ତାନେ ହେଉ ମଙ୍ଗଳ।



କିଛି ହୋଇ ଗଲେ ସନ୍ତାନ ତାହାର

ବିଚଳିତ ହୁଏ ମନେ

ପ୍ରଭୁ ଭଜୁ ଭଜୁ ମାନସିକ କରେ

ଅତ୍ୟନ୍ତ ଆତୁର ମନେ।



ଧର୍ମ ପ୍ରତିମୂର୍ତ୍ତି କରୁଣାର ମୂର୍ତ୍ତି

ନାହିଁ ତାର ପରି କେହି,

ଜୀବନେ ଆଦର୍ଶ ମାଆଁ ହିଁ ମୋହର

ଜୀବନେ ରତନ ସେହି।



ଆଶିର୍ବାଦ କରେ ସନ୍ତାନକୁ ତାର

ଉଜ୍ଜଳ ଭବିଷ୍ୟ ପାଇଁ,

ସତ୍ୟପଥ ହେଉ ଧର୍ମପଥ ହେଉ

ନିସ୍ବାର୍ଥ କର୍ମର ପାଇଁ।



ପୂଜ୍ୟନୀୟ ଆମ ଜୀବନ ଯାତ୍ରାରେ

କରୁଣାମୟୀ ସେ ମାଆଁ,

ଜୀବନ ଯାତ୍ରାରେ ହେଉ ତାଙ୍କ ସେବା

ସର୍ବୋପରି ହେଉ ମାଆଁ।



ସବୁଠାରୁ ଶ୍ରେଷ୍ଠ ଜୀବନ ଯାତ୍ରାରେ

ଜନନୀ ସବୁଠୁ ବଡ଼,

ନାହିଁ କେହି ଅନ୍ୟ ବଡ଼ହିଁ ଜୀବନେ

ମାଆଁ ହିଁ ସବୁଠୁ ବଡ଼।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action