STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ମାତୃଭୂମି ମାତୃଭାଷାରେ ମମତା

ମାତୃଭୂମି ମାତୃଭାଷାରେ ମମତା

1 min
368


ଜାତି ପରିଚୟ ଭାଷାରେ ବିଦିତ 

ଭାଷା ଅଟେ ଜୀବନର ସ୍ଵର୍ଗଦ୍ଵାର 

ମାତୃଭୂମି ଲାଗି ମହତ ପଣିଆ 

ମାତୃଭାଷାର ବିହିତ ସ୍ବାର୍ଥ ସଭିଙ୍କର।।


ମାତୃଭୂମି ପ୍ରେମ ଯା ହୃଦେ ଜାଗ୍ରତ

କର୍ମଭୁମି ରେ ପ୍ରତିଷ୍ଠିତ ସେହି ବ୍ୟକ୍ତି

ଜନମ ମରଣ ମାତୃଭୂମିର ସରଣ

ମାତୃଭାଷା ଦେଇଥାଏ ବଡ଼ ଶକ୍ତି।।


ମାତୃଭାଷାର ବେଦନା ମାତୃଭୂମିର ବେଦନା

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅଟେ ସେ ଯାତନା

ଆମ ଗୌରବର ମସାଲକୁ ତେଲ ହିଁ ମିଳିବ

ଯଦି ମାତୃଭାଷା କୁ ମିଳେ ପ୍ରେମର ଭାବନା।।


ନିଜ ମାତୃଭାଷା ନିଜ ମାତୃଭୂମି

ଅଟଇ ନିଜ ନିଜର ପରିଚୟ

ପରିଚୟ ବିନା ସବୁ ତ ନିର୍ଜୀବ

ମାତୃଭୂମି ବିନା ବିତେନି ସମୟ।।

 

ନିଜ ମାତୃଭାଷା ନିଜର ସୁରକ୍ଷା

ମାତୃଭୂମି ଅଟେ ସଭିଙ୍କ ଭରସା

ମାତୃଭାଷା ପାଇଁ ସଂକଳ୍ପ କରିବା

ମାତୃଭୂମି ପାଇଁ ଗୁରୁତ୍ୱ ରଖିବା।।


ଅଣଦେଖା କରି ହାରିବା ନି ଆମେ

ମାତୃଭୂମି ର ପ୍ରିୟ ଆମ ମାତୃଭାଷା

ମା'ର ସୁରକ୍ଷା ଆମ ଭାଷାର ସୁରକ୍ଷା

ନିଜ ପ୍ରତି ଆମେ ରଖିବା ଭରସା।।


ନିଜ ଭାଷାରେ କଥାହେବା ପାଇଁ

କରନ୍ତି ମନରେ କେତେ ଯେ ଶଙ୍କା

ଭସଭସ କରି ପାଟିରୁ ବାହାରେ

ଅନେକ ସୁଦୂର ଭାଷାଟା ଅଙ୍କାବଙ୍କା।।


ଆମରି ଯଦି ଏମିତି ଅବସ୍ଥା

ପର ପିଢ଼ି କଥା କେମିତି ଭାବିବା

ଚରମ ସୀମାରେ ଆମ ମାତୃଭାଷା

କରି ପାରିବେନି କେବେ ଯେ ସୁରକ୍ଷା।।


ଭାଷା ପ୍ରେମ ଆମ ଜାଗ୍ରତ କରିବା

ପର ପିଢ଼ି ସବୁ ରଖିବେ ମନେ

ବେଳ ଥାଉଁ ଥାଉଁ ସଜାଗ ନହେଲେ

ମାତୃଭୂମି ମାତୃଭାଷା ପଡ଼ିବ ଆସନ୍ନେ।।


ମାତୃଭୂମି ମାତୃଭାଷାରେ ମମତା

ଯା' ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା

ଅଜ୍ଞାନୀ ରହିବେ କାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract