STORYMIRROR

Samar Ballav Bhoi

Romance Action Others

4  

Samar Ballav Bhoi

Romance Action Others

ଏକ ଆତ୍ମା

ଏକ ଆତ୍ମା

1 min
156


ସ୍ମୃତିର ପରଦାରେ ତୁମେ

ତୁମେ ବି ହୃଦୟର ପ୍ରତିଟି ସ୍ପନ୍ଦନରେ

ପ୍ରେରଣାର ପ୍ରତିଟି ପାଖୁଡାରେ ତୁମେ

ତୁମେ ବି ଚକ୍ଷୁର ପ୍ରତିଟି ଅଶ୍ରୁ ଧାରରେ।।

ଭାବନା ଲହରୀରେ ଗଢା କବିତା ବି ତୁମେ

ତୁମେ ବି କବିତାର ପ୍ରତିଟି ଧାଡିରେ

ଶବ୍ଦର ପ୍ରତିଟି ଅକ୍ଷରରେ ତୁମେ

ତୁମେ ବି ଲେଖନୀର କମନୀୟତାରେ।।

ଜହ୍ନ ର ଜୋସ୍ନାରେ ତୁମେ

ତୁମେ ବି ସୁରୁଜର ରକ୍ତିମ କିରଣରେ

ବସନ୍ତର ମୃଦୁ ମଳୟରେ ତୁମେ

ତୁମେ ବି ପଲ୍ଲବିତ ତରୁଲତା ଡାଳେ।।

ଆଉ ଜାଣନା "ପ୍ରିୟା" ତୁମେ

ରଖିଅଛି "ତୁମକୁ" ମୁଁ କେଉଁଠାରେ

ପାଇବେ ନାହିଁ କେହି ତୁମକୁ

ମିଳିବ ନାହିଁ ଭାଙ୍ଗିଦେଲେ

ଯୋଡି ଦେଲେ ହେବନାହିଁ ତିଆରି

ସେ ଯେ ଗୋଟାଏ "ଆତ୍ମା" !!

ସେ ଯେ ଗୋଟାଏ "ଆତ୍ମା"!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance