ଏକ ଆତ୍ମା
ଏକ ଆତ୍ମା
ସ୍ମୃତିର ପରଦାରେ ତୁମେ
ତୁମେ ବି ହୃଦୟର ପ୍ରତିଟି ସ୍ପନ୍ଦନରେ
ପ୍ରେରଣାର ପ୍ରତିଟି ପାଖୁଡାରେ ତୁମେ
ତୁମେ ବି ଚକ୍ଷୁର ପ୍ରତିଟି ଅଶ୍ରୁ ଧାରରେ।।
ଭାବନା ଲହରୀରେ ଗଢା କବିତା ବି ତୁମେ
ତୁମେ ବି କବିତାର ପ୍ରତିଟି ଧାଡିରେ
ଶବ୍ଦର ପ୍ରତିଟି ଅକ୍ଷରରେ ତୁମେ
ତୁମେ ବି ଲେଖନୀର କମନୀୟତାରେ।।
ଜହ୍ନ ର ଜୋସ୍ନାରେ ତୁମେ
ତୁମେ ବି ସୁରୁଜର ରକ୍ତିମ କିରଣରେ
ବସନ୍ତର ମୃଦୁ ମଳୟରେ ତୁମେ
ତୁମେ ବି ପଲ୍ଲବିତ ତରୁଲତା ଡାଳେ।।
ଆଉ ଜାଣନା "ପ୍ରିୟା" ତୁମେ
ରଖିଅଛି "ତୁମକୁ" ମୁଁ କେଉଁଠାରେ
ପାଇବେ ନାହିଁ କେହି ତୁମକୁ
ମିଳିବ ନାହିଁ ଭାଙ୍ଗିଦେଲେ
ଯୋଡି ଦେଲେ ହେବନାହିଁ ତିଆରି
ସେ ଯେ ଗୋଟାଏ "ଆତ୍ମା" !!
ସେ ଯେ ଗୋଟାଏ "ଆତ୍ମା"!!

