STORYMIRROR

Gangotri Priyadarshini

Tragedy Action Inspirational

4  

Gangotri Priyadarshini

Tragedy Action Inspirational

ଲକ୍ ଡାଉନ୍

ଲକ୍ ଡାଉନ୍

1 min
186


ଧୀରେ ଧୀରେ ସବୁ ବନ୍ଦ ହେବାକୁ ଲାଗିଥିଲା

ରାସ୍ତାଘାଟ ଗାଡି ମଟର

ବେପାର ବଣିଜ ବଞ୍ଚିବାର ରାହା

ସବୁ କିଛି ଅସ୍ପଷ୍ଟ ଏବଂ ଅନିଶ୍ଚିତ ଲାଗୁଥିଲା

ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା

ଆଖି ଗହଳିରେ ,କଣ ହେବ ଏଥର ?


ମଣିଷ ଜାତି ସତରେ କଣ ହାର ମାନି ଯିବ

ଧ୍ବଂସ ପଥର ଯାତ୍ରୀ ଆମେ ନିଜ ଇଚ୍ଛାରେ ସାଜିଛେ

ଉଜୁଡା ମାନଚିତ୍ର ର ମୁକସାକ୍ଷୀ ଆମେ

ଗର୍ବ ଅହଂ ର ପରଳ ଆଖିରୁ କି ଏତେ ସହଜରେ ଲିଭେ


ଲକ୍ ଡାଉନ୍ ରେ ସମ୍ପର୍କ ବିଳପି ଉଠୁଥିଲା

ବିଚ୍ଛେଦ ଅତ୍ୟନ୍ତ କରୁଣ ପ୍ରତୀତ ହେଉଥିଲା

ସମ୍ପର୍କର ମୂଲ୍ୟବୋଧ ମଣିଷକୁ ମୂଲ୍ୟବାନ ମନେ ହେଉଥିଲା

ସମ୍ପର୍କର ନୂଆ ପରିଭାଷା ସମସ୍ତଙ୍କୁ ବଦଳେଇ ଦେଲା

ଏକତାର ଯୋଗସୂତ୍ରରେ ସୁନ୍ଦର ମାଳା ପ୍ରସ୍ତୁତି ହେଲା

ଆତ୍ମବଳ ବଢିଲା, ବଞ୍ଚିବାର ନୂଆ ରାହା ବାହାରିଲା

ମୁହୂର୍ତ୍ତ ମୁହୂର୍ତ୍ତ ଆୟୁଷକୁ ବର୍ତ୍ତମାନ ନିକିତି ତଉଳିଲା ।


ଅଣ୍ଟା ଭିଡୁଥିଲେ ଆତ୍ମଶକ୍ତି

ସମସ୍ତେ ବଞ୍ଚିବା ସମସ୍ତେ ଆଗକୁ ବଢିବା

କିଛି କରି ଦେଖେଇବାର ସ୍ଵପ୍ନ ସବୁରେ ଡେଣା ଲାଗୁଥିଲା

ନୂଆ ସାହସ ଉଦ୍ଧିପନା ଅଙ୍କୁରିତ ହେଉଥିଲା

କାନ୍ଧରେ କାନ୍ଧ ମିଶୁଥିଲା

ମୁଖା ବି ଜରୁରୀ ଥିଲା ଆଉ ଦୁଇ ଗଜର ଦୂରତା ବି

ଆଖି ଆଢୁଆଳରେ ଲୁହ ଲୁହା ପାଲଟିଗଲା

ଦୁନିଆ ବଦଳିଲା ଚିନ୍ତା ଚେତନାର ବିକାଶ ହେଲା

ଲକ୍ ଡାଉନ୍ ସବୁ ବଦଳେଇ ଦେଲା

ଜୀବନ ବାସ୍ତବିକ ଖୁବ୍ ସୁନ୍ଦର ମନେ ହେଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy