STORYMIRROR

Pranati Mahapatra

Action Classics

4  

Pranati Mahapatra

Action Classics

ଜୟ ମାଆ ତାରାତାରିଣୀ

ଜୟ ମାଆ ତାରାତାରିଣୀ

1 min
226


ହିନ୍ଦୁ ଧର୍ମର ଶକ୍ତି ସ୍ୱରୁପୀଣୀ ଦେବୀ ମା ତାରା ତାରିଣୀ,

ଗଞ୍ଜାମ ଜିଲ୍ଲାରେ ପୂଜା ପାଅ ମାଆ ତୁମ୍ଭେ ଯେ ଦୁଇ ଭଉଣୀ ,

ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର,ଶକ୍ତିପୀଠ ନାମେ ରହିଛି ପ୍ରସିଦ୍ଧ,

ସର୍ବ ମଙ୍ଗଳ କାରିଣୀ ମା ତୁହି ସର୍ବତ୍ର ଅଟୁ ବିଦିତ।


କିମ୍ବଦନ୍ତୀ କହେ ଦକ୍ଷ କନ୍ୟାସତୀ ଆଜ୍ଞା ବିନା ପିତାଙ୍କର,

କରିଲେ ବିବାହ ଦେବ ଦେବ ଶିବ ହେଲେ ଆକ୍ରୋଶ ଶିକାର,

ବୃହତ୍ ଯଜ୍ଞ ଦକ୍ଷ ଆୟୋଜନ କଲେ ନକଲେ ଶିବ ନିମନ୍ତ୍ରଣ ,

ସର୍ବ ଦେବା ଦେବୀ ଯଜ୍ଞେ ଉପସ୍ଥିତ ସତୀଙ୍କୁ ହେଲା ଅପମାନ।


ନାରଦଙ୍କ ମୁଖୁ ଶୁଣି ଯଜ୍ଞ କଥା ସତୀ ପିତୃଆଳୟ ଗଲେ,

କିମ୍ପା ନିମନ୍ତ୍ରଣ ନକରିଲେ ପିତା ବିଷୟେ ଜିଜ୍ଞାସା କଲେ,

ପିତା ମୁଖୁ ସତୀ ସ୍ୱାମୀ ନିନ୍ଦା କର୍ଣ୍ଣେ ଶୁଣି ସହି ନପାରିଲେ,

ଯଜ୍ଞ ଅନଳରେ ଝାସ ଦେଇ ସତୀ ନିଜକୁ ନିଜେ ମାରିଲେ।


ସତୀ ଅପମାନ ଅନଳରେ ଝାସ ଶୁଣି ଶିବ କ୍ରୋଧାନ୍ବିତ,

ଯଜ୍ଞ ସ୍ଥଳେ ଯାଇ ଦକ୍ଷ ଶିର ଛେଦି କଲେ ଯେ ଧ୍ୱସ୍ତ ବିଧ୍ୱସ୍ତ,

ସତୀ ଦ୍ୱଗ୍ଧୀଭୂତ ଶରୀରକୁ ସ୍କନ୍ଧେ ବୋହି ବୋହି ସେ ବୁଲିଲେ,

ଅନ୍ତର୍ଗତେ ବିଷ୍ଣୁ ଜାଣି ସୁଦର୍ଶନ ଚକ୍ରେ ଖଣ୍ଡ ଖଣ୍ଡ କଲେ।


ସତୀ ପିଣ୍ଡ ଏକାବନ ଖଣ୍ଡ ହୋଇ ଶକ୍ତିପୀଠ ଯେ ହୋଇଗଲା ,

ସତୀଙ୍କ ବକ୍ଷୋଜ ଏ ପୀଠରେ ପଡ଼ି ତାରା ତାରିଣୀ ଯେ ହୋଇଲା,

ବ୍ରହ୍ମର୍ଷି ବଶିଷ୍ଠଙ୍କର ଇଷ୍ଟଦେବୀ ଅଟନ୍ତି ତାରାତାରିଣୀ,

ଏକଦା ବଶିଷ୍ଟ ଅଭିପସା ନିମିତ୍ତ ଆବାହାନ କଲେ ପୁଣି।


ଉଦାସୀନ ହେଲେ ଏ ଦୁଇ ଭଉଣୀ ବ୍ରହ୍ମର୍ଷି ରୁଷ୍ଟ ଶିକାର,

ଅଭିଶାପ ଦେଲେ ରହିବେ ଅପୂଜା ଅନୁତାପ ଦେବୀଙ୍କର,

ଅନୁତାପ ଦେଖି ଶାନ୍ତ ହୋଇ ଋଷି କହିଲେ ଯେ ପ୍ରତିକାର ,

ଋଷିକୂଲ୍ୟା ତୀରେ ପୂଜା ବସୁ ଘରେ ତାପରେ ପୂଜା ପର୍ବତ ଶିଖର।


ସେଦିନରୁ ପୂଜା ପାଇଲେ ତାରାତାରିଣୀ ପର୍ବତ ଶିଖରରେ,

ନାନା ଉପଚାରେ ଭକ୍ତ ପୂଜା କରେ ହୃଦୟେ ଭକ୍ତି ଅନ୍ତରେ,

ନିଃସନ୍ତାନ ବ୍ୟକ୍ତି ସନ୍ତାନର ଆଶେ ମାନସିକ ବିଧି କରେ ,

ଜୟ ମା ତାରାତାରିଣୀ ଜଗତରୁ ଦୁଃଖ ଦୂର କର ବାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action