STORYMIRROR

Dharitri Das

Action Inspirational

4  

Dharitri Das

Action Inspirational

ସଡ଼କ ସୁରକ୍ଷା ଜୀଵନ ରକ୍ଷା

ସଡ଼କ ସୁରକ୍ଷା ଜୀଵନ ରକ୍ଷା

1 min
161


ଆସ ଭାଇ ଆମେ ମାନିବା

            ସଡ଼କ ସୁରକ୍ଷା ନୀତି

କାହିଁକିନା ଇଏ ଆମର

           ନିଜର ଭାଗ୍ୟ ବିଭୁତି।

ରାସ୍ତାକୁ ଓହ୍ଲାଇବା ମାତ୍ରେ

         ନ କରି ଆମେ ଅପେକ୍ଷା

ସତର୍କତା ଅବଲମ୍ବନେ

          କରିବା ଜୀବନ ରକ୍ଷା।

ହେଲମେଟ କିଣି ଆଣିବା

           ନିଜକୁ ସୁରକ୍ଷା ଦେବା

ଡ୍ରାଇଭିଙ୍ଗ ଲାଇସେନସ

           ଆମେତ କରାଇ ନେବା।

ପିଇବାନି ଆମେ ମଦିରା

           ହୋଇବା ସଭିଏଁ ହୀରା

ଟ୍ରାଫିକ ନିୟମ ମାନିବା

           ସୁନ୍ଦର ହୋଇବ ଧରା।

ରକ୍ତଦାନ ମହତ ଦାନ

           ଏକଥା ଭୁଲିବା ନାହିଁ

ବିଅର୍ଥେ ସଡକେ ରକତ

           ବୁହାଇ ଦେବାନି କାହିଁ।

ସରକାର ଆମ ଦେଶରେ

           ଗଢନ୍ତି ସୁରକ୍ଷା ନୀତି

ସେଇଥିରେ ହେବ ଆମର

            ନିଶ୍ଚିତ ଭାବେ ଉନ୍ନତି।

ବିରୋଧ ନ କରି ମାନିବା

            ଆମେ ତାହାକୁ ମିତ

କାରଣ ଜୀବନ ଅଟଇ

           ସତରେ ଅମୂଲ୍ୟ ବିତ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action