ବିଦ୍ୟା ମନ୍ଦିର
ବିଦ୍ୟା ମନ୍ଦିର
ଶିକ୍ଷାଳୟେ ଶିକ୍ଷା ଆୟୋଜନ ହୁଏ
ଛାତ୍ରଛାତ୍ରୀ ପାଇଁ ନିତି,
ଶିକ୍ଷା ସଙ୍ଗେ ସଙ୍ଗେ ଖେଳର ମହତ୍ତ୍ଵ
ଶିକ୍ଷା ପାଉଥାନ୍ତି ନିତି ।
ଶାରୀରିକ ଶିକ୍ଷା ଅତି ଆବଶ୍ୟକ
ଗୁରୁ କହୁଥାନ୍ତି ନିତି,
ଖେଳର ସମୟ ନିର୍ଧାରିତ ଥାଏ
ଖେଳନ୍ତି ବିଦ୍ୟାର୍ଥୀ ନିତି ।
ଗୁରୁ କରୁଥାନ୍ତି ଜଡ଼ିତ ତାହାଙ୍କୁ
ବିଭିନ୍ନ ଖେଳରେ ନିତି,
ଆନନ୍ଦ ଉଲ୍ଲାସେ ଖେଳନ୍ତି ବିଦ୍ୟାର୍ଥୀ
ସମଭାବ ଶିକ୍ଷା ନିତି ।
ଶାରୀରିକ ସ୍ଥିତି ବିକାଶ ପାଇବ
ଉନ୍ନତି ହେବ ଶିକ୍ଷାର,
ଶିକ୍ଷାର ପ୍ରଦୀପ ପ୍ରଖର ହୋଇବ
ଜ୍ଞାନ ବଢିବ ଶିକ୍ଷାର ।
ଖେଳ ମନ୍ତ୍ର ସଙ୍ଗେ ଗୁରୁଙ୍କର ଶିକ୍ଷା
ଆଦର୍ଶ ସ୍ଥାପିତ କରେ,
ଶିକ୍ଷିତ ହୋଇଣ ରାଷ୍ଟ୍ର ପାଇଁ ନିଜେ
ଗୌରବ ସ୍ଥାପିତ କରେ ।
ଖେଳ ଖେଳି ଏବେ ନୀରୋଗି ହୁଅନ୍ତି
ରୋଗ ନ ରୁହେଟି କେବେ
ନୀରୋଗି ହୋଇଣ ପାଠ ପଢୁଥାନ୍ତି
ଉନ୍ନତି କରନ୍ତି ଭବେ ।
ଗୁରୁ ଦେଉଥାନ୍ତି ଅମୂଲ୍ୟ ଶିକ୍ଷାକୁ
ଦେଶର କଲ୍ୟାଣ ପାଇଁ,
ଛାତ୍ରଛାତ୍ରୀ ମାନେ ଗ୍ରହଣ କରନ୍ତି
ରାଷ୍ଟ୍ରର ଉନ୍ନତି ପାଇଁ ।
ବିଦ୍ୟାଳୟେ ଶିକ୍ଷା ଆୟୋଜନ ହୁଏ
ଛାତ୍ରଛାତ୍ରୀ ପାଇଁ ନିତି,
ଶିକ୍ଷା ସଙ୍ଗେ ସଙ୍ଗେ ଖେଳର ମହତ୍ତ୍ଵ
ଶିକ୍ଷା ପାଉଥାନ୍ତି ନିତି।
