STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Action Inspirational

ଆଇନା

ଆଇନା

1 min
251

       

ଆଖି ଅଛି 

ସେ ଦେଖୁଛି ସବୁ କିଛି 

ମାତ୍ର ଏ ଆଖି, 

ନିଜକୁ ନିଜେ ପାରେନା 

ଆଦୌ ଦେଖି

ଖୋଜେ ଆଇନା 

ନିଜକୁ ନେବାକୁ ପରଖି। 

ନିଜେ ଦେଖି ନିଜର 

ନିର୍ମଳ ସ୍ଵଚ୍ଛ ପ୍ରତିଛବି, 

ସୁଧାରି ନିଏ ମଳିନ 

ମୁଖମଣ୍ଡଳ 

ଭବିଷ୍ୟତ ତାର ଭାବି। 

ନିଜକୁ ସଜାଏ 

ତା ଆଗରେ ବସି, 

ଦେଖି ନିଜ ସୁନ୍ଦର ରୂପ 

ମନେ ମନେ ଉଠେ ହସି। 

ଚିର ସବୁଜ ରହିବାକୁ 

ଅଙ୍ଗେ ବଳେ ରଙ୍ଗ,

କଲେ କରୁ ବୟସ 

ତାକୁ ବ୍ୟଙ୍ଗ। 

ଆଇନା କିନ୍ତୁ କହିଦିଏ 

ନୀରବେ ତାର ପରିଭାଷା,

ଏ ପ୍ରତିଛବି ମୁହୂର୍ତ୍ତଟିର 

ତା ପାଇଁ ରଖ ନା ଆଶା। 

ଅନ୍ତରରେ ଦେଖି 

ନିଜ ବିବେକର ଆଇନା

ସ୍ବଭାବ ଚରିତ୍ର ସଜାଡି ନିଅ 

କରନା ବାହାନା କି ଛଳନା, 

ସ୍ଵାର୍ଥେ ଅନ୍ଧ ହେଲେ 

ସ୍ବଚ୍ଛତା କି ସୌନ୍ଦର୍ଯ୍ୟତା 

ଆଦୌ ଦିଶେନା 

ଥାଏ ଭରି କୁତ୍ସିତ 

କଦର୍ଯ୍ୟ ଚେହେରାର  

ଗଦା ଗଦା ଅସନା। 

ଅନ୍ଧ ପାଶେ ଆଇନାର 

କିବା ଆବଶ୍ୟକତା ଅଛି...?

ଆଇନା ବୁଝାଇଲେ 

ଯେତେ ସତ୍ୟାସତ୍ୟ 

ଭଲ ମନ୍ଦ ସେ ପାରେ କି ବାଛି...? 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action