STORYMIRROR

Ajit Kumar Raut

Abstract Action

3  

Ajit Kumar Raut

Abstract Action

ମାନବତାର ପରିଚୟ

ମାନବତାର ପରିଚୟ

1 min
197


ସଙ୍କଟ କାଳରେ ଡକ୍ଟରଙ୍କ କାର୍ଯ୍ୟ


ମାନବର ପରିଚୟ,


କରୋନା ରୋଗର ଭୟାଭୟ କାଳେ


ଡକ୍ଟର ଅଟେ ସହାୟ।୧।


ପୌରାଣିକ କଥା ମନେ ପଡେ ଏବେ


ସୁଷେଣ ବୈଦ୍ୟଙ୍କ କଥା,


ଶତ୍ରୁ ରାବଣର ବୈଦ୍ୟ ହେଲେ ମଧ୍ୟ


ଯୁଗେ ଯୁଗେ ଅଛି କଥା।୨।


ମାନବତାରେ ହିଁ କାର୍ଯ୍ୟ କରି ଥିଲେ 


ଲକ୍ଷ୍ୟଣଙ୍କ ଉପଚାରେ


ଶକ୍ତିଭେଦ ଅସ୍ତ୍ର ଶ୍ରୀହୀନ ହିଁ କଲେ


ଉଠି ପଡିଥିଲେ ବୀରେ।୩।


ବୈଦ୍ୟ ବା ଡକ୍ଟର ସମାନ ଦୁହେଁ ହିଁ


ଭିନ୍ନତା ହିଁ ନାହିଁ କିଛି,


ବୈଦ୍ୟଙ୍କ ଶାସ୍ତ୍ରରୁ ବିଜ୍ଞାନ ହୋଇଛି


ଅନ୍ତର ନାହିହିଁ କିଛି।୪।


ଡକ୍ଟର କରନ୍ତି ଦିନରାତି ସେବା


ଭୟ ନାହିଁ ତିଳେ ପ୍ରାଣେ,


କର୍ତ୍ତବ୍ୟ ଜଡ଼ିତ ପ୍ରାଣ ହିଁ ତାଙ୍କର


ଦୁଖିତ ନୁହନ୍ତି ପ୍ରାଣେ।୫।


ଅତି ଭୟଙ୍କର କରୋନା ରୋଗଟି


ଦେଶକୁ ଅସ୍ଥିର କରେ,


ହାହାକାର ରାବେ ଧରଣୀ କମ୍ପୁଛି


ମନ ଭୟଭୀତ କରେ।୬।


ମାନବତାରେ ହିଁ ସେବାରେ ତତ୍ପର


ଡକ୍ଟରଙ୍କ ଉପଚାର,


ସେବୁଛନ୍ତି ନିତ୍ୟେ କରୋନା ରୋଗୀଙ୍କୁ


ସେବାରେ ତାଙ୍କ ତତ୍ପର।୬।


ଭୟାଭୟ ଦୄଶ୍ୟ ନିତ୍ୟେ ଦେଖୁଛନ୍ତି


ଡ଼ର ନାହିଁ ତିଳେ ପ୍ରାଣେ,


ଈଶ୍ବରୀୟ କାର୍ଯ୍ୟ କରନ୍ତି ଡକ୍ଟର


ଈଶ୍ୱର ଭାବିବା ପ୍ରାଣେ।୭।


ସମ୍ମାନ କରିବା ଏମାନଙ୍କୁ ସଦା


ପବିତ୍ର କର୍ତ୍ତବ୍ୟ ପ୍ରାଣେ


ତାଙ୍କରି ନିର୍ଦ୍ଦେଶ ପାଳନ କରିବା


ନିରୋଗୀ ହୋଇବା ତେଣେ।୮।


କଠୋର ବଚନ ନ କହିବା କେଭେଁ


ଜୀବନ ରକ୍ଷ୍ୟକ ସେହି,


ରୋଗୀ ପ୍ରତି ତାଙ୍କ ତ୍ୟାଗ ସେବା ଭାବ


ଜୀବନେ ଅମୂଲ୍ୟ ଏହି।୯।


ସଙ୍କଟ କାଳରେ ଡକ୍ଟରଙ୍କ କାର୍ଯ୍ୟ


ମାନବର ପରିଚୟ,


କରୋନା ରୋଗର ଭୟାଭୟ କାଳେ


ଡକ୍ଟର ଅଟେ ସହାୟ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract