ସମୟ
ସମୟ
ଆସିଲ ଓ ଫେରିଗଲ ତୁମେ
ତୁମ ସମୟ ନେଇ ।
ଆର ବର୍ଷ ଆସିବ ବୋଲି
ତୁମେ ଦେଇଥିବା ପ୍ରତିଶ୍ରୁତି ହୁଏତ ତୁମେ ରଖିପାର
ହେଲେ ଆଉ ବର୍ଷ ଟେ ମୁଁ ଥିଲେ ତ !
ମୋ ପାଖରେ ସମୟ କାଇଁ ?
ସମୟ ବୟସକୁ ନେଇ ଆଗକୁ ବଢିଯାଏ,
ପଛରେ ପଡିଯାଏ ତ ରଙ୍ଗ ଧରିରଖିବାର ଚେଷ୍ଟା ରେ
କିଛି ସ୍ମୃତି ହି ।
ଦେଖୁନ! ଏବେ ଏବେ ମୁଁ ଫେରି ଆସୁଛି ପରା
ମଶାଣି ପାଖ ବିଲରୁ ,
ହେଲେ କଣ ମୁଁ ଚିରଞିବୀ କି !
ସେ ବିଲ ପାଖ ଡେଙ୍ଗା ତାଳ ଗଛଟା ଚଢିଗଲେ
ଦିଶିଯାଏ ଓ ସେମୁଣ୍ଡ ଯାଏ ତ,
ମୁଁ ଥରକୁ ଥର ଚଢି ଦେଖୁଥାଏ
ସେ ମୁଣ୍ଡରୁ ଦିଶିବ କାଳେ
ତମ ପକାତା,ତମେ ହସୁଥିବା ମୁହଁ
ଆଉ ହାତରେ ଯୋଡେ ବ୍ଯାଗ ରେ
ଖୁସି ଯୋଗାଡି ଫେରିଛ କି ନାହିଁ ।
ଝୁଲାମୁଣିରେ ଝୁଲୁହାତୀ ଖେଳୁଥିବା
ନିଶ୍ବାସ ଯୋଗାଡିବାରେ
ଲାଗିଥାନ୍ତି ହାତ ଯୋଡାକ ।
ମହାଜନ ଘରେ ବନ୍ଧା ପଡିସାରିଛି ତ କେବେଠୁ
ଧୋବଳା, ଛେଳିଛୁଆ ଆଉ ତା ସହ
ଲୁହନଈ କନକ ।
ରଖିଥିବେ କି ନାହିଁ ସେମାନେ କେଜାଣି
ଜୀଇଁ ବାର ମାପଫିତା !
ଟାଣି ଓଟାରି ତଥାପି
ଗୋଟେଇଛୁ ତୋଳିଛୁ ଆଶା ମୁଠେ
ବିଲରୁ, ଡିହରୁ ,
ଏଇ ସଜସଜ ପାଚିଥିବା ତାଳ ସଜରୁ
ପାକଳ ଧାନମେଣ୍ଟା ବୁହା ହବ
ମହଲଣ ପଡିଆସୁଥିବା ଗାମୁଛା କାନ୍ଧ ରେ
ପେଟ ଜାକି ଦେଇ ପିଠି କଡକୁ ।
ତୁମେ କଥା ରଖି ଫେରିବ ତ ?
ଆଣିବ ତ ଆମ ପାଇଁ
ସେଇ ମ ! ଖଣ୍ଡେ ଦିହକୁ ଗଣ୍ଡେ ନାହିମୁଣ୍ଡକୁ?
ଆମେ ହସିଦବୁ ସେତିକିରେ ।
ସେ ଯାଏଁ ଟାଣିଧରିବୁ ଯେ ପବନକୁ
ହଁ ଯଦି ପାରୁ ତେବେ ହି ।
