STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
186


ସୁସ୍ଥ ରହିବାର ଉପାଦାନ ସଂଧ୍ୟାଭ୍ରମଣ 

ମନ ହୁଏ ଆନନ୍ଦ ନରହେ ସଂକ୍ରମଣ ।


ସନ୍ଧ୍ୟା ର ଆକାଶ ଚମତ୍କାର ସକାରଣ 

ସନ୍ଧ୍ୟାରେ ସମୁଦ୍ରରେ ଥାଏ ଫେନିଳ ବାତାବରଣ ।


ନଈରେ ତାରକା ପ୍ରତିଛବି ଦେଖିବାକୁ କଇଁ ପକାଏ ରାଣ 

ପାହାଡ଼ ଉପରେ କାକର କୁହୁଡି ଆସ୍ତରଣ ।


ମନେ ଜାଗେ ଜାଗୃତି ଗୁଞ୍ଜରଣ 

ସନ୍ଧ୍ୟାରେ ମନ୍ଦିର ଗଲେ ସାନ୍ଧ୍ୟଭ୍ରମଣ ।


ପୁଲକିତ ମନ ପ୍ରାଣ ଆଖିରେ ଲୋତକ ଓଠରେ ଜଣାଣ 

ସନ୍ଧ୍ୟାରେ ଆଲୋକ ବତୀ ମାଳ ମାଳ ଆଣେ ଶିହରଣ ।


ବିକାକିଣା ଗହଳି ଚହଳି ସାଥେ ପଦ ବରଜ ଚାଲି ଚଳନ 

ଶିକ୍ଷା ସଂସ୍କୃତି ପରମ୍ପରା ଶିକ୍ଷଣ ।


ନଥାଏ ମାନ ଅଭିମାନ ଅବା ମିଛ ଆବରଣ 

ସ୍ବର୍ଗୀୟ ଚେତନା ଜାଗାଏ ପୁଲକ ଭାବନାରେ ଆଣେଜାଗରଣ।


ଯୋଗ ଓ ବ୍ୟାୟାମ ଭିତରୁ ଏକକ ଏହି ସନ୍ଧ୍ୟା ଭ୍ରମଣ 

ଥରେ ଥରେ ହଜିଯାଇ ପ୍ରକୃତିରେ ଅବା ଜନ ଶ୍ରୋତେ ହେବ କାରଣ 

ମନୁ ଲିଭିଯିବ ରାଗ ରୋଷ ଦ୍ୱେଷ ଅହଙ୍କାର ଆଦି ତାମସିକ ଗୁଣ ।


Rate this content
Log in

Similar oriya poem from Abstract