STORYMIRROR

Sunanda Mohanty

Abstract Action Children

3  

Sunanda Mohanty

Abstract Action Children

ଏକାକୀ ଜୀବନେ

ଏକାକୀ ଜୀବନେ

1 min
171

ଅଲଗା ସେ ଅନୁଭୂତି 

ଏକା ଏକା ବିତେନା କି ଦିନ କି ରାତି 

ସାମାଜିକତା ରେ ଛନ୍ଦି ହୋଇ ମଣିଷ 

ପାଉଛି ବଞ୍ଚିଯିବା ସ୍ୱାଦ ର ପିୟୁଷ 

ଏକୁଟିଆ ଜୀବନେ ଏତେ ନିସଙ୍ଗ 

କେମିତି କାଟିବ ମଣିଷ ନୁହେଁ ବିହଙ୍ଗ 

ଆଲେକଜାଣ୍ଡାର ସେଲକ୍ରିକ ହୋଇ ନିର୍ଜନ ଦୀପରେ ନିର୍ବାସିତ 

ଗାଉଥିଲେ ସଂସାରର ଜୀବନ ସଂଗୀତ ହୋଇ ବିହ୍ଵଳିତ 

ଥାନ୍ତା ଯଦି ମୋର ବିହଙ୍ଗ ପକ୍ଷ 

ଲଙ୍ଘି ଭିଷଣ ଗିରି ସମୁଦ୍ର ବକ୍ଷ 

ଦେଖନ୍ତି ପ୍ରିୟଜନ ମୁଖ କମଳ 

ସନ୍ତାପିତ ହୁଅନ୍ତା ଏ ପ୍ରାଣ ସକଳ 

ଏହି ଯୋଉ ଏକାକୀତ୍ୱର ବିଳାପ 

ଲେଖିଲେ ଅସରନ୍ତି କବିତା ଗଳ୍ପ 

ପୁଣି କେହି ରହି ଏକାକୀ 

ଜୀବନ ଜିଇଁଛି ଭାରି ସୁମୁଖି 

କାରିବାର ଅଛି କିଛିତ ଏକାକୀ ବଞ୍ଚି ଶିଖ 

ଏକାକୀ ପଣକୁ ସରଳ ସାବଲୀଳ କରିକି ଦେଖ 

କାହା ପାଇଁ କଣ ହେଲେ ଏ ସଂସାର ହାଟେ 

ଏକାକୀ ଜୀବନ ଭଲଲାଗେନା ସଂସାର ନାଟେ 

ଦୋଛକି ରେ ପଡି ଭାବୁଛି ମୁହିଁ 

ଏକେଲା ହେବା ପୁର୍ବରୁ ନିଅ ଫେରାଇ 

ବଂଚିବା କଳା କା ପାଇଁ କଣ 

ଏକାକୀ ଜୀବନ ଭାରି ନିରିମାଖି ଜାଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract