Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Action Classics

3  

ବି. ନିରୁପମା

Romance Action Classics

ରାଇ, ରାଇ ଡାକ ଦେଲ ମୁରଲୀଧର

ରାଇ, ରାଇ ଡାକ ଦେଲ ମୁରଲୀଧର

1 min
128



ରାଇ, ରାଇ ଡାକ ଦେଲ ମୁରଲୀଧର ,

ରହି ନ ପାରିଲି ଜମା ଶୁଣି ସେ ସୁର ।

କେତେଥର ବାଟେ ଝୁଣ୍ଟି ,

ଆସି ଅଛି ପଡ଼ି ଉଠି-

ପୂରଣ କର ମୋ ଆଶା ରସ ଶେଖର ।

ରାଇ, ରାଇ ଡାକ ଦେଲ ମୁରଲୀଧର


ତୁମସହ ଭାବ ଦେଖି,

ବାରଣ କଲେଣି ସଖି-

    'ଆଉ କିବା ଅଛି ବାକି,

     ସାରା ଗୋପପୁର ସାକ୍ଷୀ ।

କଳଙ୍କ ଦେଲେଣି ମାଖି ଶ୍ୟାମ ନାଗର' ।

ରାଇ,ରାଇ ଡାକ ଦେଲ ମୁରଲୀଧର


ତାଙ୍କ ଆକଟକୁ ଭୁଲି,

ବାରବାର ଆସେ ଚାଲି-

    କହିଛି ତ ମନ ଖୋଲି ,

    ତୁମେ ମୋର ପ୍ରାଣ ବୋଲି ।

ବାହୁ ଡୋରେ ତୋଳିନିଅ ବନ୍ଧୁ ଏଥର ।

ରାଇ, ରାଇ ଡାକ ଦେଲ ମୁରଲୀଧର...


ରହି ନ ପାରିଲି ଜମା ଶୁଣି ସେ ସୁର...

ରାଇ, ରାଇ ଡାକ ଦେଲ ମୁରଲୀଧର...




Rate this content
Log in

Similar oriya poem from Romance