STORYMIRROR

Pranati Mahapatra

Action Inspirational

3  

Pranati Mahapatra

Action Inspirational

ଏମିତି ବୈକୁଣ୍ଠ

ଏମିତି ବୈକୁଣ୍ଠ

1 min
202

ନୀଳାଚଳେ ଅଛି ନୀଳାଚଳିଆ ଲୋ

ତା'ର ନେତ ଉଡେ ସାଇଁ ସାଇଁ,

ଶ୍ରୀକ୍ଷେତ୍ର ଧାମ ଏ ପୁଣ୍ୟ ବଇକୁଣ୍ଠ

ନେତା ଏଠି ପରା ଭାବଗ୍ରାହୀ।

ବର୍ଣ୍ଣିବାକୁ ମୋର ଶକ୍ତି କାହିଁ

କ୍ଷମା ଦିଅ ପ୍ରଭୁ ଥିଲେ ତୃଟି କିଛି

ପ୍ରଣତି ର ପ୍ରଣତୀ ଏହି।


ମହାନ ସଂସ୍କୃତି କେତେ ପରମ୍ପରା

ମାନବୀୟ ଲୀଳା ସହ,

କାହିଁ କେତେଦୂରୁ ଭକ୍ତ ଟାଣି ଆଣି

ଶ୍ରୀକ୍ଷେତ୍ରେ କହିଛ ରୁହ,

ବୈକୁଣ୍ଠ ଧାମ ସେ ଧାମେ

ଭକତ ଦାସିଆ ଭକ୍ତ ସାଲବେଗ

ଶ୍ରଦ୍ଧାଶୁଣି ମାଉସୀ ମୋହ।


ବୁଦ୍ଧ ,ନିତାଇ ,ବଳରାମ ଦାସ 

ଆହା ଜଗତଗୁରୁ ମଠ ,

ଶରଧାବାଲି ତ ପୁଣି ମହୋଦୟ

ବିଖ୍ୟାତ ଅରୁଣ ସ୍ତମ୍ଭ,

ଆନନ୍ଦବଜାର ଭୋଗ

ଷାଠିଏ ପଉଟି ଭୁଞ୍ଜିବା ବାହାନା

ଚିହ୍ନୁଥାଅ ଭକ୍ତ ପେଟ।


ପତିତପାବନ ବାନା ଉଡାଅ ଯେ 

ପତିତ ଉଦ୍ଧାରି ନାଥ,

ଶଙ୍ଖକ୍ଷେତ୍ର ଦେଖ ବିରାଜୁ ଅଛନ୍ତି

ଦାରୁବ୍ରହ୍ମ ଦାରୁଭୂତ,

ଶ୍ରୀଦେବୀ ଭୂଦେବୀ, କମଳା ବିମଳା

ସର୍ବ ଦେବାଦେବୀ ରହିଛନ୍ତି ପୂରି

ନାମ ବୈକୁଣ୍ଠ ଧାମ

ଏମିତି ବୈକୁଣ୍ଠ ଆମ

ଜୟ ଜଗନ୍ନାଥ ଧାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action