STORYMIRROR

Krushna Chandra Lenka

Abstract Action Inspirational

3  

Krushna Chandra Lenka

Abstract Action Inspirational

ଷଡଯନ୍ତ୍ର

ଷଡଯନ୍ତ୍ର

1 min
181

ଭଦ୍ରମୁଖା ତଳେ ଷଡଯନ୍ତ୍ର ଏଠି ଚାଲୁଥାଏ ନିତିନିତି

କେ' ଆସନ ପାଇଁ ରଚେ ଷଡଯନ୍ତ୍ର କିଏ ଥାଏ ସ୍ୱାର୍ଥେ ମାତି।


ଭଲେ ଚଳେ ଯଦି ପରିବାର କା'ର ପ୍ରତିବେଶୀ କରେ ଇର୍ଷା,

ଯଉତୁକ ଉଣା ତିଳେ ହୋଇଗଲେ ପରିବାରେ ବଢେ ହିଂସା।


ସେକାଳେ ସେ'ପାଇଁ ଚାଲେ ଷଡ଼ଯନ୍ତ୍ର ଚାହିଁଥା'ନ୍ତି ତାର କ୍ଷତି,

ମନ୍ଦ ବୁଦ୍ଧି ଘେନି ଦ୍ୟନ୍ତି କୁମନ୍ତ୍ରଣା ମିଥ୍ୟା ଅଭିନୟେ

ମାତି ।


ଦେଶ ଦେଶ ମଧ୍ୟେ ଅହଂକାର ଯୁଦ୍ଧେ ମାତନ୍ତି ରାଇଜ ରଜା,

ସେଇ ଷଡଯନ୍ତ୍ରେ ବଳୀ ପଡ଼ିଥା'ନ୍ତି କେତେ ଯେ ନିରୀହ ପ୍ରଜା।


ଭଲ ନେତା ଥାନ ନାହିଁ ଗଣତନ୍ତ୍ରେ ଆଜ ଷଡ଼ଯନ୍ତ୍ର ବଳେ,

ଉତ୍ତମ ଜନତା ପାଏ ନାହିଁ ମାନ କୁଟୀଳ ଶାସନ କଳେ।


କାର୍ଯ୍ୟାଳୟେ ଯଦି ଭଲ ଅଧିକାରୀ ଅବା ଥା'ନ୍ତି କର୍ମଚାରୀ,

କର୍ତ୍ତବ୍ୟପଣିଆ ଦେଖି ତାର ଏଠି ଇର୍ଷାରେ ଯାଆନ୍ତି ମରି।


ସେପାଇଁ ନିଇତି ପଛ ଭାଗେ ତାର ଦେଇଥା'ନ୍ତି କେତେ ଗାଳି,

କାର୍ଯ୍ୟାଳୟୁ ତାରେ ଅନ୍ତର ପାଇଁ କି ସରବେ ହୁଅନ୍ତି ମେଳି।


ବିଧାନ ସଉଧେ ଅବା ଯେ ସଂସଦେ ଯେତେ ଥା'ନ୍ତି ଆମ ନେତା,

ଦଳ ଦଳ ମଧ୍ୟେ ରଚି ଷଡଯନ୍ତ୍ର ଭୁଲନ୍ତି ଜନତା କଥା।


ଭୁଲି ସେ ଯାଆନ୍ତି କିମ୍ପାଇଁ ଏ'ଜନେ ବାଛିଥିଲେ ତାରେ ଏଠି,

କା'ର କର ବଳେ ତୁମ ଘର ଚଳେ କିସ କର ଯାଇ ସେଠି ?


ବିଜ୍ଞାନୀ ମାନବ କିମ୍ପାଇଁ ଅଜ୍ଞାନୀ ହେଉ ତୁହି ସ୍ୱାର୍ଥ ପାଇଁ,

ଆଜି ଯା' ତୁ ରଚୁ ପର ପାଇଁ ତୋଲାଗି ଆସିବ କାଲି ଧାଇଁ।


ବେଳ ଥାଉଁ ଥାଉଁ ସାବଧାନ ହୋଇ ଚାଲିଲେ ଉତ୍ତମ ପଥେ,

ଯେତେ ବାଧା ବିଘ୍ନ ଆସିଲେ ଜୀବନେ ଦୂରେଇ ଯିବ ନିଶ୍ଚିତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract