ଆସ ବୋଳିହେବା ପ୍ରୀତିର ଚନ୍ଦନ
ଆସ ବୋଳିହେବା ପ୍ରୀତିର ଚନ୍ଦନ
ହେ ସମୟ ତୁମେ ଆନନ୍ଦ ସ୍ୱରୂପ
ଜୀବନ ନିତ୍ୟ ନୂତନ
କୁଣ୍ଠିତ ସମସ୍ୟା ବାଧା ବନ୍ଧନର
ତୁମେ ମୂଳ ସମାଧାନ ।
ସରଳ ସୁନ୍ଦର ତୁମେ ସାବଲୀଳ
ହୁଅ ଯଦି ଅନୁକୂଳ
ହୁଏ ଗତିଶୀଳ ସ୍ୱଚ୍ଛନ୍ଦ ଜୀବନ
ଭାଗ୍ୟ କଲ୍ୟାଣ ମଙ୍ଗଳ ।
ସ୍ନେହ ମମତାର ଅମୃତ ନିର୍ଝର
ସମୟ ଅଭୁଲା ପୃଷ୍ଠା
ଭରିଦେଉ ପ୍ରାଣେ ନୂତନ ଆଲୋକ
କିରଣ ନୂତନ ଆଶା ।
ଜନନୀ ଭଗିନୀ ଜାୟା ସୁରକ୍ଷିତ
ପ୍ରାକୃତିକ ସବୁଜିମା
ସଦା ପଲ୍ଲବିତ ହେଉ ସୁରଭିତ
ଜାଗୁ ଶୁଭ ସଙ୍କଳ୍ପନା ।
ପ୍ରତି ଦ୍ୱାର ପୁରେ ମାନବ ସମାଜେ
ସୁଖଶାନ୍ତି ସଦ୍ଭାବନା
ସଞ୍ଚରୁ ସନ୍ଦେଶ ଆହ୍ୱାନେ ସମୟ
ନବବର୍ଷ ସୁକାମନା ।
ଆସ ବୋଳିହେବା ପ୍ରୀତିର ଚନ୍ଦନ
ଆମେ ଅମୃତ ସନ୍ତାନ
ସମ ତାନ ସ୍ୱନେ ଜୀବନ ସଙ୍ଗୀତ
କରିବା ସମୂହ ଗାନ ।
