STORYMIRROR

Prafulla Chandra Mishra

Action

3  

Prafulla Chandra Mishra

Action

ଅହଂକାର

ଅହଂକାର

1 min
117


ସତ୍ୟ ଯୁଗେ ଅହଂକାରୀ

ହିରଣ୍ୟକଶିପୁ ଦେଲ ବିଦାରି

ନରସିଂହ ରୂପ ଧରି,

ପ୍ରହଲ୍ଲାଦ ଡାକେ ସ୍ତମ୍ଭୁ ବାହାରି, ହେ ନରହରି ।।

 

ରାଜା ଯେ ଉତ୍ତାନ ପାଦ

ସୁରୁଚି, ସୁନିତୀଙ୍କର ବିବାଦ

ବିମାତା ରଚିଲେ କୃର ଚକ୍ରାନ୍ତ

ଘନ ବନରେରେ ଯାଇଣ ଧ୍ରୁବ, ତପସ୍ୟା ରତ ।।

 

ଧ୍ରୁବ ତପସ୍ୟାରେ ମୁଗ୍ଧ

ଦେଖାଦେଇ ତାରେ ତାରିଲ ନାଥ

ଦେଲ ତାରେ ଧ୍ରୁବ ପଦ

ଗଞିଲ ସୁରୁଚି ଅହଂକାରତ, ହେ ବିଶ୍ଵ ତାତ ।।

 

ସର୍ପ କୁଳର ଜନନୀ

ଅହଂକାରୀ କଦ୍ରୁ ତା ସପତଣୀ

ବିନତା ଦୁଃଖ କାହାଣୀ

କଶ୍ୟପ ରୁଷିଙ୍କ ଦୁଇ ଭାମିନୀ, ଦୁଃଖ କାହାଣୀ ।।

 

ଅହଂକାରେ ପରାହତ

ସର୍ପକୁଳକୁ ସେ ବିନତା ସୁତ

କରିଲେ ଯେମନ୍ତେ ହତ

କଦ୍ରୁ ଅହଂକାର କଲ ସମାପ୍ତ, ହେ ନନ୍ଦ ସୁତ ।।

 

ତ୍ରେତୟା ଯୁଗର କଥା

ଅହଂକାରେ ଭୋଳ ସେ ଦଶମଥା

ସୁବର୍ଣ୍ଣ ଲଙ୍କା ଅବସ୍ଥା

“ରାମାୟଣ” ପୁଣି ସେ “ଲୋକକଥା”, ନୁହେଁ ଅନ୍ୟଥା ।।

 

ଦ୍ଵାପରେ ଯେ ଅହଂକାରୀ

କଂସ, ଦୁର୍ଯୋଧନ, ସଂହାର କରି

ଧର୍ମ ସସ୍ଥାପନ କାରୀ

ବିନାଶ କରିଅଛ ଦୂରାଚାରୀ, ହେ ବଂଶୀ ଧାରୀ ।।

 

କଳିଯୁଗରେ ସହସ୍ର

ଅହଂକାରୀ ଆଜି ଖେଳାନ୍ତି ବିଷ

କାହିଁକି  ହେ ନୀଳାଦ୍ରିଶ

ତୁମେ ମଉନ ହୋଇ ବସିଅଛ, ହେ ବୈକୁଣ୍ଠାଧିଶ ।।

 

ଛାର ନର ଜନ୍ମ ନେଇ

କହରେ କାହିଁକି ଏତେ ବଡେଇ

ଶୁଣିଛୁ କି କେହି କାହିଁ

ମହାତ୍ମା ନିଜ ବଡିମା ଦେଖାଇ, ଦେଖିଛ କାହିଁ ।।

 

ନେପୋଲିଅନ୍ ଅହଂକାର

ଇତିହାସେ ବୀର ଆଲେକ୍-ଜାଣ୍ଡର,

ପରାହତ ଅଶୋକର

ଆଦୃତ ନହୁଅଇ ଅହଂକାର, ଅହଂକାରୀର ।।

 

ଅହଂକାର ପରିଣାମ

ଆଉ କେତେ ବା ଚାକ୍ଷୁଷ ପ୍ରମାଣ

କହେ ପ୍ରଫୁଲ୍ଲ ଅଧମ

ପାଇ ଚେତିବୁରେ ଅବୋଧ ମନ, ହ ସାବଧାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action