STORYMIRROR

ବି. ନିରୁପମା

Action Inspirational Children

3  

ବି. ନିରୁପମା

Action Inspirational Children

କହୁଥିଲେ ରମୁଭାଇ

କହୁଥିଲେ ରମୁଭାଇ

1 min
295


ତୋର ମୋର ରାଜୁ ଲାଗିଛି ବାଜି ,

କିଏ କେତେ ଫଳ ଝାଡ଼ୁଛି ଆଜି ।

ଭଲକି ବାଟୁଳି ଟାଣ ;

ଯେତେ ଫଳ ଯା'ର ପଡ଼ୁଛିରେ ଲାଲୁ

ଗଣିକି ଗୋଟାଇ ଆଣ ।


ସେଥରକ ଆମ୍ବ ଝାଡ଼ିଲେ କେତେ ,

ଲୁଣ ଲଙ୍କା ଦେଇ ଖାଇଲେ ସତେ ।

କଲେ ଭାରି ମଜା ଖେଳି ;

ଗଲାବେଳେ ଆମେ ଖାଇଥିଲେ ପୁଣି

ବାଟରୁ ଖଜୁରୀ କୋଳି ।


ଚମ୍ପି ଆଈ ପାଇଁ କିଛିଟା ନେଲେ ,

ବାଛି ବାଛି ମିଠା ଖଜୁରୀ ଦେଲେ ।

ଆମ୍ବ ନେଲା ଶଶୀଅପା ;

ମନେଅଛି କିନା-ଖରାରେ ଯିବାରୁ

ବାପା ହୋଇଥିଲେ ଖପ୍ପା ।


ଆଜି କିନ୍ତୁ ଆମେ ନ କରି ଡେରି ,

କିଛି ଫଳ ନେଇ ଯିବାଟି ଫେରି ।

ଗାଳି କରିବେନି କେହି ;

ଆମ ଜେଜେବାପା ରୋପିଥିଲେ ଗଛ

ଅଛି ତାଙ୍କ ସ୍ମୃତି ହୋଇ ।


ଆମେ ଭିନ୍ନ ଭିନ୍ନ ମଞ୍ଜିକୁ ପୋତି ,

ଲଗାଇବା ଗଛ ଜାତିକିଜାତି ।

ଦେବେ ସିଏ ଫୁଲ ଫଳ ;

ଛାଇ, ଅମ୍ଳଜାନ ଦେବାସହ ପୁଣି ମାଟିରେ

ରଖିବେ ଜଳ ।


ସବୁଜ ସୁନ୍ଦର ହୋଇଲେ ବିଶ୍ୱ ,

ସୁରକ୍ଷିତ ହେବ ଆମ ଭବିଷ୍ୟ ।

କହୁଥିଲେ ରମୁଭାଇ ;

ଆମ ପରିବେଶ ଆମରି ହାତରେ

କାମେ ଲାଗି ପଡ଼ ଯାଇ ।




Rate this content
Log in

Similar oriya poem from Action