STORYMIRROR

Samar Ballav Bhoi

Action

3  

Samar Ballav Bhoi

Action

ମାଟିରୁ ଆକାଶ

ମାଟିରୁ ଆକାଶ

1 min
214


ମାଟିର ମଣିଷଟି 

ମୁଣ୍ଡ ଝାଳ ତୁଣ୍ଡରେ ମାରି

ଖଟି ଚାଲେ ଅହରହ!

ଗରିବ ହେଉ କି ଶ୍ରମିକ

ଦାଦନ ହେଉ କି ମଧ୍ୟବିତ

କବି ହୁଅନ୍ତୁ କି ଲେଖକ

ଶିକ୍ଷକ ହୁଅନ୍ତୁ କି କଳାକାର

ଜନତା ହୁଅନ୍ତୁ କି ସରକାର

ସମସ୍ତେ ଦେଖନ୍ତି ସପନ

ସପନ ତ ଭାବନାର ଅତିଥୀ

ସପନ ଆଶାର ପରିସୀମା

ଆଶା ଥାଏ ଅଶୁମାରୀ

ମନ ବିବେକରେ ଖେଳୁଥାଏ

ଆକାଶ କୁ ଛୁଇଁବାର ସ୍ବପ୍ନ

ଆକାଶରେ ଉଡିବାର ରହସ୍ୟ

ଉନ୍ମୁକ୍ତ ବିହଙ୍ଗ ପରି ସ୍ବପ୍ନସବୁ

ଉଡୁଥାଏ ଦିଶା ରୁ ଦିଗ୍ ବଳୟ।।

ସମୟ ବି ଲମ୍ବି ଚାଲେ 

ନିଷ୍ଠାର ଦୈଘ୍ର୍ୟ ପ୍ରସ୍ଥ ବଢିଚାଲେ

ଆତ୍ମବିସ୍ୱାସ ବି ହୋଇଯାଏ ପ୍ରସସ୍ତ

ବିଶ୍ବାସକୁ ଆଧାର କରିଚାଲେ

ପାହାଡର ଶୀଖର ପର୍ଯ୍ୟନ୍ତ!

ବିଶ୍ବାସ, ନିଶ୍ବାସ ସବୁ ଶିହରିତ

କିଛି କରିବାକୁ ଦେଶପାଇଁ,

କିଛି କରିବାକୁ ନିଜ ପରିବାର ପାଇଁ

କିଛି ପୁଣି ନିଜର ମନଇଲାକା ପାଇଁ

ଇଛା ଥିଲେ ଉପାୟ ଆପେ ଆପେ ଆସେ

ଆଶା ବିଶ୍ବାସର ଲଢେଇ ଭିତରେ

ବିଶ୍ବାସ ଓ ଭରଷା ଭିତରେ

ଛୋଟରୁ ବଡ ହବା 

ଶ୍ରମିକରୁ ମାଲିକ ହବା

କୃଷକ ରୁ କୋଟିପତି

ଚା ବିକାଳିରୁ ପ୍ରଧାନମନ୍ତ୍ରୀ ହବା

ରିକସାବାଲା ପୁଅରୁ କଲେକ୍ଟର ହବା

ଅବିସ୍ୱାସରୁ ବିଶ୍ବାସ ଜିତିବା

ଏସବୁ ନିଜ ନିଷ୍ଠାର ପ୍ରତିଛବି

କିଛି ମଣିଷ ପାଖରେ ଥାଏ

ବିଶ୍ବାସ ଓ ପରିଶ୍ରମର ପ୍ରତିଫଳ

ମଣିଷର ଆତ୍ମବିଶ୍ବାସରେ

ସ୍ବପ୍ନକୁ ସାକାର କରିବାକୁ

ତିଳ ତିଳ କରି ଖୋଜି ଯାଏ

ମାଟିରୁ ଆକାଶ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action