ଲଙ୍କା
ଲଙ୍କା
କେତୋଟି ଚାରା ରୋପିଲି
ବାଡ଼ି ପଟ ମାଟିରେ
ଜଳ ଛିଞ୍ଚିଲି ଉପରେ
କଅଁଳିଆ ପତ୍ର ଥରି କୁହେ
ଭାଇ ,ଛେଳି ଖାଇଯିବ ମତେ
ବାଡ଼ ଦେଲି ଅଚିରେ
ଖରା କି ବରଷା ଭିଜି
ମୁଣ୍ଡ ଟେକୁଥିଲା
ମାସେ ଗଲା ବସନ୍ତ ବହିଲା
ଫୁଲଦେଲା ଦୈବୀ ଯୋଗରେ
ଚାଟିଦେଲା ସିଙ୍ଗ ପରି
କଳା ଧଳା ମାନ
ତୋଳିନେଲି ଦିନେ
ଚୋବେଇଲି ପଖାଳ ସାଥିରେ
ପ୍ରଚଣ୍ଡ ରାଗରେ ଜଳେ
ପାଟିଲାଳସାର ସ୍ରୋତ ବାରି
ଆଖିରୁ ଝରିପଡ଼େ ଶ୍ରାବଣୀ
ଏତେ ଗୁଣ କିଏସେ ଦେଲାରେ
ମିଠା, ଖଟା, ପିତା, କଷା,
ସଢ ରସ ମାଟିର ଗଛରେ
ଗଛର ଫୁଲରୁ ଫଳରେ
ପୁଣି ମଣିଷର ପ୍ରକୃତିରେ ଥାଇ
ସର୍ବନାଶ କରେ ।