STORYMIRROR

Akshayakumar Dash

Action

3  

Akshayakumar Dash

Action

ଲଙ୍କା

ଲଙ୍କା

1 min
246


କେତୋଟି ଚାରା ରୋପିଲି

ବାଡ଼ି ପଟ ମାଟିରେ

ଜଳ ଛିଞ୍ଚିଲି ଉପରେ

କଅଁଳିଆ ପତ୍ର ଥରି କୁହେ

ଭାଇ ,ଛେଳି ଖାଇଯିବ ମତେ

ବାଡ଼ ଦେଲି ଅଚିରେ

ଖରା କି ବରଷା ଭିଜି

ମୁଣ୍ଡ ଟେକୁଥିଲା

ମାସେ ଗଲା ବସନ୍ତ ବହିଲା

ଫୁଲଦେଲା ଦୈବୀ ଯୋଗରେ

ଚାଟିଦେଲା ସିଙ୍ଗ ପରି

କଳା ଧଳା ମାନ

ତୋଳିନେଲି ଦିନେ

ଚୋବେଇଲି ପଖାଳ ସାଥିରେ

ପ୍ରଚଣ୍ଡ ରାଗରେ ଜଳେ 

ପାଟିଲାଳସାର ସ୍ରୋତ ବାରି

ଆଖିରୁ ଝରିପଡ଼େ ଶ୍ରାବଣୀ

ଏତେ ଗୁଣ କିଏସେ ଦେଲାରେ

ମିଠା, ଖଟା, ପିତା, କଷା, 

ସଢ ରସ ମାଟିର ଗଛରେ 

ଗଛର ଫୁଲରୁ ଫଳରେ

ପୁଣି ମଣିଷର ପ୍ରକୃତିରେ ଥାଇ

ସର୍ବନାଶ କରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action