Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Devipriya Das

Action Classics Inspirational

3  

Devipriya Das

Action Classics Inspirational

ଭାରତ ରତ୍ନ ଅବଦୁଲ କଲାମ ଜି

ଭାରତ ରତ୍ନ ଅବଦୁଲ କଲାମ ଜି

1 min
215


ଭାରତ ର ଗୈାରବ ତମେ

ଭାରତ ର ସମ୍ମାନ ପୁଣି।

ସାରା ଭାରତ ତମ ରି

ବୈଜ୍ଞାନିକ କୈଶଳ ଓ ଚିନ୍ତାଧାରା

ପାଇଁ ହୋଇଛି ପ୍ରସିଦ୍ଧ।

ମିଶେଲ୍ ମ୍ୟାନ ନାମରେ

ଆଜି ସମଗ୍ର ପୃଥିବୀରେ

ତମେ ହୋଇଛ ବିଖ୍ୟାତ।

ତମ ପରି ଏକ ମୁକ୍ତା କୁ

ପାଇ ଭାରତ ମାତା

ହୋଇଛି ଗର୍ବିତ ତମକୁ

ତା କୋଳରେ ଧରି।

ତମ ର ଜନ୍ମ ଦିବସ

ରେ ତମକୁ କରେ ମୁଁ

କୋଟି କୋଟି ନମସ୍କାର।

ଗରିବ ମାତାପିତାଙ୍କ କୋଳରେ

ହୋଇବି ତମେ ଯାତ

ନିଜକୁ ପରିଚିତ କଲ ସାାରା

ବିଶ୍ଵ ରେ ନିଜର ସରଳ

ଜୀବନ ଯାପନ ଓ କଠୋର

ପରିଶ୍ରମ ଓ ଅଧ୍ୟବସାୟ ବଳରେ।

ବହୁତ୍ ପ୍ରତିଭା ର ତମେ ଅଧିକାରୀ।

କୋଟି କୋଟି ଛାତ୍ର ସମାଜ

ପାଇଁ ତମ ଜୀବନ ଓ

ଚିନ୍ତା ଧାରା ଆଦର୍ଶ।

ଛାତ୍ର ସମାଜ କୁ ତମେ

କରିଛ ଉତ୍ସାହିତ ତମର

ସେ ସରଳ ଉପଦେଶ ରେ।

ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ

ଉପାଧି ରେ ହୋଇଲ ତମେ

ମଣ୍ଡିତ ତମ ପ୍ରତିିଭା ପାଇଁ।

ଶେଷରେ ଭାରତର ସର୍ବୋଚ୍ଚ

ଉପାଧି  ଭାରତ ରତ୍ନ ରେ ତମେ

ହେଲ ମଣ୍ଡିତ ତମ 

ସାଧନା ଓ  ପରାକାଷ୍ଠା ପାଇଁ।

କୋଟି କୋଟି ଭାରତୀୟଙ୍କ

ହୃଦୟରେ ରହିବ ତମେ

ହୋଇ ଚିର ନମସ୍ୟ।

ଜୟ ହିନ୍ଦ୍।



Rate this content
Log in