STORYMIRROR

Devipriya Das

Inspirational

3  

Devipriya Das

Inspirational

ବୋଉ ମୋ ବୋଉ

ବୋଉ ମୋ ବୋଉ

1 min
240

ବୋଉ ମୋ ବୋଉ ଛନ୍ଦ କପଟ

ଶବ୍ଦଟା କାହିଁଁ କେବେ ମୁଁ 

ତା ପାାାଖରେ ଦେଖିନାହିଁ।

ସେ କାହା ଵିଷୟରେ କିଛି

ଖରାପ କହିିିବା ମୁଁ ଏତେ

ବଡ଼ଟେ ହେଲେଣି ଶୁଣିନି।

ମୋ ଵୋଉ ଭାରି 

ସରଳ, ନିଷ୍କପଟ ଏବଂ

 ନିରୀହ ସ୍ତ୍ରୀ ଲୋକଟି।

ସକାଳୁ ଉଠି ତା ଘରକାମଠୁ ନେଇ

ପିଲାଙ୍କ ପାଠପଢା

ସହ ଘର ର ସମସ୍ତଙ୍କ

କଥା ବୁଝାବୁଝି କରି

ତା ଦିିନ ସରି ରାତି ବି କଟି ଯାଏ।

ଏ କଥା ତାାକୁ ଅଜଣା।

  ଆଜି ମାତୃତ୍ଵ ଦିବସରେ

ମୋ ବୋଉକୁ ମୁଁ ଜୋରରେ

କୁଣ୍ଢେଇ ଦେଇ କହିଲି ବୋଉକୁ

ମୋର ବୋଉଲୋ ଶୁଭ ମାତୃତ୍ୱ ଦିିବସ ଆଉ ଖୁସିରେ

ତା ପାଇଁ ଗୋଟେ ଉପହାର କିିିଣିିଥିିିିଲି

କିନ୍ତୁ ପ୍ରତି  ଉତ୍ତରରେ

ଵୋଉ ମୋ ତା ସରଳପଣରେ

 କହିିଲା ଧନଲୋ  କ'ଣ ମିିଳିବ

 ମୋତେ କହିଲୁ ଏ ମାତୃତ୍ଵ ଦିବସରୁ 

କହିଲୁ ମୁଁ ତ ମୋ ପିଲାମାନଙ୍କ ମାଆ ନାଁ

ଏ ଗୋଟିଏ ଦିନରୁ କ'ଣ ମିଳିବ ଯେ।

ମୁଁ ତ କେେବଳ ଏତିକି ଭଗବାନକୁ

ଏତିକି ବିନତୀ କରୁଛି

 ମୋ ପିଲାମାନଙ୍କୁ ସର୍ବଦା ତାଙ୍କ

କୃପା ଦେଇ ଭଲ ମଣିଷ କରନ୍ତୁ।

ଆଉ ସର୍ବଦା ସେମାନଙ୍କୁ

ଘଣ୍ଟ ଘୋଡାଇ ରଖନ୍ତୁ।

 ସତରେ କେେେତେ ମହାନ୍

 ଏ ମାାଆମାନେ ଆମର

 ଗୋଟିଏ ଦିନଟିଏ ବି

 ତାଙ୍କ ବିଷୟରେ ଚିନ୍ତା କରୁନାହାଁନ୍ତି।

 ହେଲେ ଯେତେବେଳେ ସେହି

  ପୁୁଅଝିଅଙ୍କର ମୁଣ୍ଡକୁ ହାତ ପାଇଯାାଉଛି।

   ସେତେବେଳେ ବାପାମାଆ  ସେମାନଙ୍କ

   ପାଇଁ ପୂୂରା ଅଦରକାରୀ ହେଇଯାଉଛନ୍ତି।

  ଆଜିର ଏ ପବିତ୍ର ମାତୃୃ୍ତ୍ୱ ଦିବସରେ କରୁଛି

ମୁଁ ସମସ୍ତଙ୍କୁ ଅନୁୁୋୁରଧ

   ଏମିତି ମାତାପିତା ପାଇଁ ହୁଅନି

   ଜଗତବାସୀ ନିଷ୍ଠୁର ସମସ୍ତଙ୍କୁ

   ସବୁ ତ ମିିଳିବ ହେଲେ

ମାଆବାପାଙ୍କ ପରି

ନିଃସ୍ଵାର୍ଥପର ଅମୂଲ୍ୟ ରତ୍ନ

   ‌ ଦ୍ୱିତୀୟ କେହି ନ  ମିିଳିିବେ


Rate this content
Log in

Similar oriya poem from Inspirational