STORYMIRROR

Devipriya Das

Classics Fantasy Inspirational

3  

Devipriya Das

Classics Fantasy Inspirational

ପାଦ

ପାଦ

1 min
230

ମୋ ସୁନାନାକି ସୁନା ପସରା

ତୋର ଜନମ ମୋ ଜୀବନରେ

ଆଣି ଦେଇଛି କେତେ ଖୁସି

ତାହାର କରି ମୁଁ 

ପାରୁନି କଳନା ଧନ।

ତୋ ପାଦ ଯେଵେେ

ପଡିଲା ମୋ ଜୀବନରେ

ହୋଇଗଲା ମୋ ଜୀବନ ଧନଧାନ୍ୟ।

ଦୁନିଆ କହିିିଲେ ପଛେ 

କହୁଲୋ ଯାହା ସୁନା

ତୋ ଜନ୍ମ ଆଣି ଦେଲା

ମୋ ଜୀବନେ ଖୁସି

ଓ ଆଶାର ଅନେକ ରାହା।

ଝିଅଜନ୍ମ ଦେଲି ଵୋଲି

କେତେ କଥା ଏ 

ଦୁନିଆ ମୋତେ କହିଲା

ତାହା ମୋତେ ଦେଇନି

ଯେତେ ଦୁଃଖ

ତାହାଠରୁ ଅଧିକ

ଖୁସି ଆଣିଲା ମୋ

ଜୀବନ ରେ ଯେବେ

ପଡିଲା ତୋ ପାଦ 

ମୋ ଜୀବନରେ

ଭରିଦେଲା ମୋ ଜୀବନରେ

ଅନେକ ଖୁସିର ଲହରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics