STORYMIRROR

Anita Jena

Abstract Action Inspirational

3  

Anita Jena

Abstract Action Inspirational

ଜୀବନର ବ୍ରତ

ଜୀବନର ବ୍ରତ

1 min
247

     

ଦୁଇ ଦିନ ପରା ଏଠି ମଣିଷ ଜୀବନ

କାହୁଁ ତୋର ଏତେ ଗର୍ବ ଅହଙ୍କାର

ଖୋଜିବାକୁ ହବ ତତେ

  ଗୋଟେ ନିର୍ମଳ ହୃଦୟ

ମିଛ ସଂସାରରେ ଲାଗେ ଭାରି ଭୟ


ଆଜି ଅଛି ଟଙ୍କା

  କାଲି କି ନ ଥିବ

ଭଲ ହୃଦୟର ମଣିଷଟି

  ସାରା ଜୀବନ ରହିବ


ଭଲ ପାଇବାରେ କିଣି ହୁଏ ସବୁ

  ଅମୂଲ୍ୟ ସେ ସମ୍ପଦ

ଯୋଡିବାକୁ ହବ ତତେ ଏଠି

   ଅତୁଟ ସମ୍ପର୍କ


ଟଙ୍କା ଥିଲେ ପାଖେ 

   ଲକ୍ଷେ ବନ୍ଧୁ ଉଭା

ବିପଦ ଆସିଲେ

   କାହାରି ନଥିବ ଦେଖା


ବୁଝି ଯା ରେ ତୁହି

    ବେଳ ଥାଉ ଥାଉ

ଛନ୍ଦ କପଟର ମୋହ ମାୟା


ଲୋଭୀ ମଣିଷକୁ ଏଠି

    ମୃତ୍ୟୁ ବି କହେନି ଆହା।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract