STORYMIRROR

Dipti lekha Mishra

Abstract Action Inspirational

3  

Dipti lekha Mishra

Abstract Action Inspirational

ବିଚାର-୧

ବିଚାର-୧

1 min
278


ସେଇ ପୁରୁଷମାନଙ୍କୁ ନୁଁ ନିନ୍ଦୁଛି

ଯିଏ ଝିଅର ଅଙ୍ଗ ରଙ୍ଗ ଢଙ୍ଗ ଦେଖି

ବିମୋହିତ ହୁଏ

ତଥାପି କୁହେ 

ଏମାନେ ସମାଜର କଳଙ୍କ

ଆଉ ନୀରବେ କଳଙ୍କିତ କରିଦିଅନ୍ତି

ଦେହର ସବୁ ରସ ଶୋଷି ନିଅନ୍ତି

ଶେଷରେ କୁହନ୍ତି

ସମାଜ ପାଇଁ ଇଏ ରାକ୍ଷାସୀ।


ବିଚରା ଝିଅଟି

ବଞ୍ଚିଥାଉ ଥାଉ ମରିଯାଏ

ନତୁବା ଆତ୍ମାହୁତି ଦିଏ

ନିଜ ପରିବାରକୁ

ଅସହ୍ୟ ଅପମାନରୁ ମୁକ୍ତି ଦେବାକୁ

ଧିକ୍କାର ସେ ପୁରୁଷମାନଙ୍କୁ

ଯାହାପାଇଁ ନିରୀହ ଝିଅ ଜୀବନ

କୁଢ କୁଢ ହୋଈ ଶ୍ମଶାନ ଯାଏ

ଖବରକାଗଜ ଆଉ ସମାଚାରରେ

ସହାୟତା ର ଧାଡି ଲେଖି

ଘୄଣ୍ଯ ଅପବାଦ ମିଳେ॥


ହଜାର ହଜାର ଝିଅ ଜନ୍ମ ହୁଅ

ଚେତେଇଦିଅ ଏ କାପୁରୁଷଙ୍କୁ

ତୁମେ କେତେ ଶକ୍ତ,ଦୄଢ ଆଉ

ସମାଜରେ ବଞ୍ଚିବା ଶୈଳୀ ଶିକ୍ଷା

ଏକା ତୁମ ଠାରେ ହିଁ ନିହିତ।


ବାଦ୍ୟଯନ୍ତ୍ର ଠାରୁ ବୈଦିକ ଯଜ୍ଞ

ଆକାଶ ମାର୍ଗ ଯାଏଁ ଉଡାଣ

ଡ୍ରାଈଭର ,ମାଜିଷ୍ଟ୍ରେଟ,ପାଇଲଟର

କେଉଁ କାମ ତୁମେ କରିପାରୁନ

ତଥାପି ତୁମକୁ ଦୁର୍ବଳ କହି

କରୁଥାନ୍ତି ସଦା ସମାଲୋଚନା

ଯୁକ୍ତିତର୍କ କରି ତର୍ଜ୍ଜମା ନ କରି

ଲଢୁଥାନ୍ତି ଯାହା ଗୁପତରେ॥


ଜ୍ଞାତ କରାଅ ସେ ଅକର୍ମା ମାନଙ୍କୁ

ତୁମେ ନାରୀ

ତୁମ ଜଠରରୁ ଜାତ 

ବଳୁଆ ପୁରୁଷ

ତୁମକୁ ହିଁ ପୂଜୁଥାଏ

ବିପଦଆପଦେ

ଶକ୍ତିମୟୀ ଭାବି ଧ୍ୟାନକରେ

ନବରାତ୍ରୀ କରେ

ତଥାପି କହେ ନାରୀ

ଦୁର୍ବଳ,


କହିଦେ ସେ ପୁରୁଷମାନଙ୍କୁ

ତୁ କେତେ ଶକ୍ତିଶାଳୀ ଧରାରେ

ଯିଏ ହଜାରଲୋକ ଧରି ଯାଏ

ତୋ ଦୁଆର ମୁହଁକୁ

ଆଉ ତୁ ସିଂହ ଭଳି ଆସୁ 

ଏକା ଏକା ବଧୂ ସାଜି

ତା ହାତଧରି ତାକୁ ସମ୍ଭାଳିବାକୁ

ବିପଦବେଳେ ବନ୍ଧୁ ସାଜିବାକୁ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract