STORYMIRROR

DR PRASANTA KUMAR BISWAL

Action Inspirational

3  

DR PRASANTA KUMAR BISWAL

Action Inspirational

ଗୋପବନ୍ଧୁ

ଗୋପବନ୍ଧୁ

1 min
187


ହେ ଗୋପବନ୍ଧୁ 

ଥିଲ ତୁମେ ଦୀନବନ୍ଧୁ 

ତୁମ ନରମ ସ୍ପର୍ଶରେ

ପୁଷ୍କଳ ଥିଲା ଜୀବନ ବିନ୍ଦୁ 

ନଥିଲ ତୁମେ କେବଳ ଉତ୍କଳମଣି

ସତେ ଅବା ଘନ ବାଦଲ କୋଳେ

ପ୍ରଚଣ୍ଡ ଦୀନମଣି ।

ମାତୃଭୂମି ମାତୃଭାଷାର ବଦନ

ତୁମ ଦାନେ ହେଲା ସବୁ ମହାନ। 

ତୁମେ ଭାରି ମନେପଡ 

ବିପତ୍ତି ବେଳାରେ, ଅବା

ବନ୍ୟାର ଉତ୍ପାତରେ

 ଡହଳ ବିକଳ ହେଉଥିବା 

ଦୈନ୍ଯ ଯାତନାରେ,

ସର୍ବସ୍ବ ହରାଇ ବିଚରା ମଣିଷ 

ଶୂନ୍ୟତାକୁ ହାତ ବଢାଇଲା ବେଳେ,

ମନଟି ଦରାଣ୍ଡି ବୁଲେ ତୁମକୁ,

ଜନଗହଳି ଭିତରେ

ତୁମର ମଣିଷ ପଣିଆକୁ 

ସେବାର ଦିବ୍ୟ ପରଶକୁ ।

ତ୍ୟାଗ ସେବାର ସଂଜ୍ଞା 

ହଜି ଯାଉଥିବା ବେଳେ

ଅଭାବବୋଧ ହୁଏ

ତୁମର ସତ୍ତା,

ସ୍ତ୍ରୀ ପୁତ୍ରର ଆକୁଳ ନିବେଦନକୁ ଏଡି

ଆଦରିଥିଲ ମାନବସେବାକୁ

ଦେଖାଇଥିଲ ବିରଳ ମାନବିକତା। 

ଦେଶ,ବିଶ୍ବ, ବିଭୁ ପ୍ରୀତିର

ଥିଲ ତୁମେ ଉତ୍କୃଷ୍ଟ ଉଦାହରଣ,

ଭାଷା ସାହିତ୍ୟ ସଂସ୍କୃତିର 

ଦାନ ତୁମ ଅବିସ୍ମରଣ।

ବ୍ୟକ୍ତି ସ୍ବାର୍ଥ ଠୁ ଗଣସ୍ବାର୍ଥ

ଥିଲା ତୁମ ଜୀବନର ଦର୍ଶନ, 

ସମାଜ ସେବାର ଲକ୍ଷ୍ୟ ଏବଂ 

ବାସ୍ତବତାରେ ଆଜି ବଢିଛି 

ବିରାଟ ଶୂନ୍ୟ ସ୍ଥାନ। 

ସଙ୍ଗ ଭିତରେ ନିସଙ୍ଗତା 

ଭାବ ଭିତରେ ଅଭାବତା

ମାନବ ଭିତରେ ମାନବିକତା 

ସମାଜରୁ ହୋଇଛି ଉଭାନ,

ଯନ୍ତ୍ରଣା ଜର୍ଜରୀତ 

ସୁଖଶାନ୍ତି ପରାହତ

ଶଙ୍କା ସନ୍ଦେହ,

ଅବିଶ୍ବାସ ଅସହିଷ୍ଣୁତା

ସାରା ପୃଥିବୀଟା ବିଜଡିତ 

ରାଜନୀତିର ଛଳନାରେ

ଆକ୍ତା ମାକ୍ତା ଜନତା ଜନାର୍ଦ୍ଦନ ।

ହେ ଗୋପବନ୍ଧୁ, ମହାତ୍ମା ମହାନ

ଏକାନ୍ତଲୋଡା ତବ ଆଶୀର୍ବଚନ

ମାନବ ସେବା ହିଁ ମାଧବ ସେବା 

ବୁଝୁ ଏ ଅବୁଝା ମନ 

ସଫଳ ହେବ ନିଶ୍ଚେ ମାନବ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action