STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ମଣିଷ ମନର କଥା

ମଣିଷ ମନର କଥା

1 min
249


ମନକୁ ନେଇ କେତେ କଥା କେତେ ବ୍ୟଥା

ପୁଣି କେବେ କଳା,ସାହିତ୍ୟ, ଦର୍ଶନର ଗାଥା।


ମନ ଆପେ ଆପେ ସ୍ବର୍ଗ ଓ ନର୍କର ସ୍ଥିତି

ପୁଣି କେବେ ମଠ,ମନ୍ଦିର,ସ୍କୁଲର ଅଭୁଲା ସ୍ମୃତି।


ମନ କେବେ ଆଶା, ନିରାଶାର ଖେଳପଡିଆ

କେବେ କାହାଣୀର ସାଜେ ନାୟକ-ନାୟିକା।


ଆଖି ପଲକରେ ମନ ଲଣ୍ଡନ ଅବା ଜହ୍ନରେ

ଆଖି ଖୋଲିଗଲେ ମନ ବିଛଣା ଉପରେ।


ମନ କେବେ ଲଢୁଥାଏ ଶତୃର ଶତୃତାରେ

କେବେ ପୁଣି ଥାଏ ନିଜ ଆତ୍ମୀୟୀତାରେ।


ମନ ମଣିଷର ଭାବନାର ଧନସମ୍ପତି

କେବେ ଉପର କେବେ ତଳକୁ କରେ ଗତି।


ମନ ଭଲଥିଲେ ରୁପ ଦିଶେ ଗୋଲାପ ଫୁଲ

ନହେଲେ ଝରଣା ବି ଲାଗେ ପ୍ରଦୁଷିଥ ଖାଲ।


ମଣିଷର ମନ କେବେ ଦୁଃଖର ଦହନ

କେବେ ପୁଣି ହସୁଥାଏ ହୋଇ ଆନମନ।


ମଣିଷର ମନ ସବୁଠୁ ବିଚିତ୍ର ଓ ସୁନ୍ଦର

କେବେ ଶାନ୍ତ କେବେ ଅଶାନ୍ତ ଜହର।


ପ୍ରେମ ପାଇଁ ସାଜେ କେବେ ପୂର୍ଣ୍ଣିମାର ଜହ୍ନ

କେବେ ପୁଣି ଲାଗିଯାଏ ଅମାବସ୍ୟାର ଗ୍ରହଣ।


ମଣିଷର ମନର ମୁଳେ ଚାଲଇ ଜଗତ

କେବେ ବିଷାକ୍ତ କେବେ ପୁଣି କ୍ରୋଧିତ।


ମନକୁ କର ଶାନ୍ତ,ସରଳ ଓ ସହନଶୀଳ

ତେବେ ଲିଭିବ ଅହଁଙ୍କାର ର ଅନଳ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract