କର ଏବେ ଅନୁକମ୍ପା
କର ଏବେ ଅନୁକମ୍ପା
ଦେବ ଦେବ ଆହେ ମହାଦେବ ତୁମ
ଶିରେ ଚଢ଼ାଇଲି ଚମ୍ପା ,
ତୋଷ ହୋଇ ବାରେ ସଦାଶିବ ମୋରେ
କର ଏବେ ଅନୁକମ୍ପା ।
ଦିଅ ଦିଅ ନାଥ ଦରଶନ ବାରେ
ଡମ୍ବରୁ ତ୍ରିଶୂଳ ଧରି ,
ତୁମ ଅନୁପମ ରୂପ ଦରଶନେ
ଦୁଃଖ, ଶୋକ ଯାଉ ସରି ।
ଶୁଣାଅ ହେ ମୋତେ ଗୁଢ଼ ଜ୍ଞାନ କିଛି
ପବିତ୍ର ହୋଇବ ଗାତ୍ର ,
ନିମିଷକେ ଦେବ ତୁମ କୃପାବଳେ
ବଦଳିବ ଭାଗ୍ୟ ଚିତ୍ର ।
ତୁମେ ଆଶୁତୋଷ ଅଳପରେ ତୋଷ
କହନ୍ତି ଦୁନିଆବାସୀ ,
ସେଇ କଥା ଏବେ ପ୍ରମାଣିତ କର
ଦରଶନ ଦିଅ ଆସି ।
