STORYMIRROR

Ramani Kanta Sahu

Action Inspirational

3  

Ramani Kanta Sahu

Action Inspirational

ଦସ୍ ରା ଆଇଛେ ବଲି

ଦସ୍ ରା ଆଇଛେ ବଲି

1 min
309

ବଗ୍ ବଗାନୁ ଫୁଟି ଗଲାନ କାଏସ୍ ଫୁଲ୍ ଧାଡି କେ ଧାଡି

ଖରାର୍ ତେଜ୍ ବଢି ଯାଉଛେ ଘଡି କେ ଘଡି

ଆର୍ ଜନ୍ ହମାମୁଁର୍ ପର୍ଛା କିରନ୍ 

ଉକିଆ କରି ଦେଲାନ ଗାଁ ଖୁଲି

ଦସ୍ ରା ଆଇଛେ ବଲି।


ବାଟ୍ ଘାଟ୍ ସଫା ରଫା

ଗାଁ ,ସହର୍ ଗହଗହ ମହମହ

ମା ଦଶ୍ଭୁଜା ପୂଜା ପାଏବେ

ଦସ୍ ରା ଆଇଛେ ବଲି।


ବହେନ୍ ଯାଉଛେ ଭାଏର୍ ନିକେ

କର୍ ମି ଜିଉଁତିଆ ବଲି

କର୍ ବା ମା ର୍ ଠାନେ ଗୁହାରି

ନୁକୋ କରି ରଖିଥା ମା, ମୋର୍ ଭାଏକେ

କରୁଛେ ମୁଇ ଅର୍ ଦଲି

ଦସ୍ ରା ଆଇଛେ ବଲି।


ଇସ୍କୁଲ୍, କଲେଜ୍ ହଷ୍ଟେଲ୍ ସବୁ ଖାଲି

ଉସତ୍ ମନେ ସଭେ ଘର୍ କେ ଗଲେନ ଚାଲି

ମା ଦୁର୍ ଗା ର୍ ପୂଜା ଦେଖ୍ ବେ

ସାଙ୍ଗ ସାଥି ,ଭେଟ୍ ଘାଟ୍ କେତେ କଥା

ଦସ୍ ରା ଆଇଛେ ବଲି।


ଧଙ୍ଗ୍ରା ଧାଙ୍ଗ୍ରି ମାନେ ହେଲେନ ଜୁଲି

ଗାଏବେ କର୍ ମା ଡ଼ାଲେରେ

ନାଚ୍ ବେ ମାନ୍ଦ୍ଲ୍ ର୍ ସୁରେ ସୁରେ

ଦସ୍ ରା ଆଇଛେ ବଲି।


ରାବଣ୍ ପୁଡ଼ା ଦେଖ୍ ସୁ ଆମେ,ରାବଣ୍ ଯାଏସି ଜଲି

ଇ, ମୁନୁସ୍ ରାବଣ୍ ମାନ୍ କର୍ କେଭେ ପଡ୍ବା ବଲି

ସେମାନଂକର୍ ଜଲ୍ଦି ପଡୁ ବଲି

ଇଟା ମୁଁଇ କରୁଛେ ଗୁହାରି

ଦସ୍ ରା ଆଇଛେ ବଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action