STORYMIRROR

Samar Ballav Bhoi

Abstract Action Classics

3  

Samar Ballav Bhoi

Abstract Action Classics

ଆଜିର ବାସ୍ତବତା (୨)

ଆଜିର ବାସ୍ତବତା (୨)

1 min
179


ସମସ୍ତେ ସବୁବେଳେ କହନ୍ତି

ଏଥିରେ କ'ଣ ଅଛି ଯେ ?

ଏ କାମ କ'ଣ କରିପାରୁନ?

ଛାଡ ମୋତେ ମୁଁ ଦେଖୁଛି

ସାମାନ୍ୟ କାମ ପାଇଁ ଅଯୋଗ୍ୟ

ଧିକ୍ ତୋର ମଣିଷ ପଣିଆ 

ଆଉ ତାପରେ...!

କହିବା ଯେତେ ସହଜ 

ଏଠି କରିବା ସେତେ କଷ୍ଟ।।


ମଣିଷର ବିଶ୍ବାସ ଓ ଅବିଶ୍ବାସ

କ୍ଷଣ କ୍ଷଣକେ ବଦଳିଯାଏ

ଏଠୁ ସେଠୁ ଶୁଣି ନଦୀ ପରି

ଅଙ୍କାବଙ୍କା ହୋଇ କ୍ରୋଧ ବଢିଯାଏ

ସମାଧାନର ଉପାୟ ମିଳେ ନାହିଁ

ଅହଂଙ୍କାର, ଈର୍ଷାର ମାତ୍ରା ବଢେ

ଆଉ ତାପରେ.......!

ଅବିଶ୍ବାସ କରିବା ଯେତେ ସହଜ

ଏଠି ବିଶ୍ବାସ କରିବା ସେତେ କଷ୍ଟ।।


ଏ ସମାଜ ଏ ଦୁନିଆ ବଡ ବିଚିତ୍ର

କଥାରେ ଏମାନେ ଭାରି ସତିଆ

କାମରେ ଏମାନେ ଭାରି ଗଡୁଆ

କାଲି ଆସ ଦୁଇ ଦିନ ଛାଡି ଆସ

ଏତେ ଟଙ୍କା ଧରି ଆସ

ନହେଲେ କାମ କିଛି ହେବନି

ବିଚାରା ଗରିବ ଲୋକଟା

କେତେ ଅବା ଏପଟ ସେପଟ ହେବ

ଶେଷରେ ଧାଇଁ ଧାଇଁ 

ନେଉଳ କିଆବୁଦାକୁ

ଆଉ ତାପରେ .....!

ହଇରାଣ କରିବା ଯେତେ ସହଜ

ଏଠି ସାହାଯ୍ୟ କରିବା ସେତେ କଷ୍ଟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract