STORYMIRROR

ବି. ନିରୁପମା

Action Classics Inspirational

3  

ବି. ନିରୁପମା

Action Classics Inspirational

ଧନ ରୁହ ଚୁପଚାପ

ଧନ ରୁହ ଚୁପଚାପ

1 min
266



ଡରି ଯାଅନାହିଁ ଧନମାନେ ମୋର

ବରଷା ବତାସ ଦେଖି ,

ଡେଣା ମେଲି ଏବେ ଏଇ ବିପଦରୁ 

ତୁମକୁ ମୁଁ ଦେଉଛି ରଖି ।


କେତେ ଆଶା କରି କାଠି କୁଟା ନେଇ

ଗଢ଼ିଥିଲି ଏଇ ବସା ,

କିଛି ଦିନ ପରେ ଡିମ୍ବ ଦେଲି ଯେବେ

ଜାଗିଲା ମାତୃତ୍ବ ନିଶା ।


କେତେଦିନ ତାକୁ ଉଷୁମାଇଲାରୁ

ଅଣ୍ଡାରୁ ଫୁଟିଲ ତୁମେ ,

ଖୁସିରେ ଆହାର ଖୁଆଇଲି ଆଣି

ଦିନ ସାରା ଲାଗି କାମେ ।


କିଚିରି ମିଚିରି ଗୀତ ଶୁଣି ତୁମ

ଭୁଲିଯାଏ ସବୁ ବାଧା ,

ବଡ଼ ହୋଇ କେବେ ଉଡ଼ିବା ଶିଖିବ

ମନେ ଭାବୁଥାଏ ସଦା ।


ଅବେଳରେ ଆଜି ଆସି ଏହି ଝଡ଼

ଦେଖାଏ କରାଳ ରୂପ ,

ମୋ ପକ୍ଷ ବିସ୍ତାରି ସୁରକ୍ଷା ଦେଉଛି

ଧନ ରୁହ ଚୁପଚାପ ।


ବଡ଼ ହୋଇ ତୁମେ ଉଡ଼ିବ ନିଶ୍ଚୟ

ଆକାଶରେ ଡେଣା ମେଲି ,

ବିପଦ ସହିତ ମୁକାବିଲା କରି-

ପାରିବ ଭରସା ଦେଲି ।


Rate this content
Log in

Similar oriya poem from Action