STORYMIRROR

Gangotri Priyadarshini

Abstract Action Inspirational

3  

Gangotri Priyadarshini

Abstract Action Inspirational

ଜଗନ୍ନାଥ ହେ

ଜଗନ୍ନାଥ ହେ

1 min
275


ଜଗନ୍ନାଥ ହେ 

ତୁମେ କି ମୋହର ବନ୍ଧୁ ହୋଇବ !!

ଅନ୍ତର ବେଦନା

ସଂସାର ଯାତନା

ମନ ଖୋଲି କହିଦେଲେ ତୁମେ କି ଶୁଣିବ

ଜଗନ୍ନାଥ ହେ

ତୁମେ କି ମୋହର ବନ୍ଧୁ ହୋଇବ !!

ଜଗତ କରତା

ସବୁରି ବାରତା

ଶୁଣ ବୋଲି ତୁମେ ହେ ଭାଗ୍ୟ ବିଧାତା

ଜନ୍ମରୁ ମରଣ

ଅସଂଖ୍ୟ କାରଣ

ନୀଳାଚଳେ ଥାଇ କର ନିବାରଣ

ମୁଁପରା ଯବନ

ହୁଏ ହୀନିମାନ

ସତେ କି ହେ ପ୍ରଭୁ ସାହା ହୋଇବ

ଜଗନ୍ନାଥ ହେ

ତୁମେକି ମୋହର ବନ୍ଧୁ ହୋଇବ !!

ସତ୍ୟ ଆଉ ମିଥ୍ୟା

ଦେଉଥାଏ ବ୍ୟଥା

ଜୀବନ ଜଞ୍ଜାଳ ନହେବ ଅନ୍ୟଥା

ଭଉଁରୀ ଯେସନ

ଜଳେ ବିଦ୍ୟମାନ

ନାଉରୀ ସାଜି ହେ ପାରି କରିବ

ଜଗନ୍ନାଥ ହେ

ତୁମେକି ମୋହର ବନ୍ଧୁ ହୋଇବ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract