STORYMIRROR

କଳ୍ପନା ରାୟ

Tragedy Action Inspirational

3  

କଳ୍ପନା ରାୟ

Tragedy Action Inspirational

ମାଆ ...ତୁ ହିଁ ଭରସା

ମାଆ ...ତୁ ହିଁ ଭରସା

1 min
203


ମାଆ ......ତୁ ଏକା ଭରସା

ବୁଝେଇ ଦେଇଛୁ ଆଜି

ମଣିଷ ଦୁନିଆରେ କେତେ ଏକା

ଟଙ୍କା, ଗାଡ଼ି, ଘର

ସବୁ କେତେ ପର

କେହି ନିଜର ନୁହେଁ

ପାରେନି ରହି ସିଏ

ପ୍ରାସାଦ ହେଲେ ବି ଛିଡ଼ା

    ମାଆ.........ତୁ ହିଁ ଭରସା


ଘଟାଇ ଗୋଟିଏ ଘଟଣା 

ଜଣାଇ ଦେଉ ତୋ ଠିକଣା

ଦୋଷୀକୁ ତ ଦଣ୍ଡ ଦେଉ

ନିର୍ଦୋଷକୁ କାହିଁ ନେଉ

ପୁଅ ସ୍ଵାମୀ ଭାଇଭଉଣୀ

କରନ୍ତି ତୋତେ ତ ଦୟିନୀ

ତୁ ହିଁ ମାଆ ଲୋ ସମସ୍ତଙ୍କ ସଖା

    ମାଆ .......... ତୁ ହିଁ ଭରସା


ଅଦୃଷ୍ଟର ଅତ୍ୟାଚାର ପାଇଁ

ଦେ ତୁ ମାଆ ତାକୁ ବଳ

ରୋଗ ଦୁଃଖ ନିବାରଣ କରି

କାଢି ନେ କିଛି ପ୍ରାରଵ୍ଧ ଫଳ

କିଂକର୍ତ୍ତଵ୍ୟବିମୁଢ ହୁଏ ନର

ହେଉ ପଛେ ଯେଡେ ଯୋଦ୍ଧା

ସମୟ ସମ୍ମୁଖରେ ସେ ନାଚାର

ମାତେଶ୍ଵରୀ ନାହିଁ ତୋ ଉପମା

    ମାଆ..........ତୁ ହିଁ ଭରସା


ମଣିଷ କିଛି ପାରେନାହିଁ

ନ କରି ସେ ରୁହେ ନାହିଁ

ଅନ୍ତର ପ୍ରକୃତି ବିଚିତ୍ର

ତୁ ତ କିନ୍ତୁ ଅତ୍ର ତତ୍ର ସର୍ବତ୍ର

କେତେବେଳେ ଅଭୟମୁଦ୍ରା

ପୁଣି କେବେ ଵରଦାମୁଦ୍ରା

ତୋ ପାଖରେ ନାହିଁ କିଛି ସୀମା

    ମାଆ............. ତୁ ହିଁ ଭରସା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy