STORYMIRROR

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ପଛଘୁଞ୍ଚା ଦେବିନାହିଁ

ପଛଘୁଞ୍ଚା ଦେବିନାହିଁ

1 min
386


ରଣ କରି ଏଠି ମାରିବି, ମରିବି

ପଛଘୁଞ୍ଚା ଦେବିନାହିଁ,

ମାତୃଭୂମି ମାନ ରକ୍ଷା କରିବି ମୁଁ

ତା' ସମାନ କିଏ କାହିଁ !!


ତା'ର ମାଟି ପାଣି ପବନରେ ମୋର

ଗଢା ଏ ଶରୀର, ନମସ୍ୟ ସେ ଚିର

ବଇରୀ ଆଗରେ ନୋଇଁବିନି ଶିର

ସ୍ବପ୍ନ ଦେଖୁଅଛି ଚାହିଁ ।


ରଣ କରି ଏଠି ମାରିବି, ମରିବି

ପଛଘୁଞ୍ଚା ଦେବିନାହିଁ...


ମାଟି ନୁହେଁ ଖାଲି ଅଟେ ଏ ମାଆଟି

ଜନ୍ମରୁ ମରିବା ପରେ ବି ସାହାଟି

ସନ୍ତାନକୁ ଧରେ କୋଳରେ ସାଉଁଟି

ତା'ର ତୁଲ କିଏ କାହିଁ!!


ରଣ କରି ଏଠି ମାରିବି, ମରିବି

ପଛଘୁଞ୍ଚା ଦେବିନାହିଁ...


ତା' ଉପରେ ଶତ୍ରୁ ପକାଇଛି ଦୃଷ୍ଟି

ଖିନ୍ନ ଭିନ୍ନ କରି ନେବା ଲାଗି ଲୁଟି

ଶେଷ ଶ୍ୱାସ ଯାଏ ଯିବିନାହିଁ ହଟି

ଏ ଜୀବନ ତାହା ପାଇଁ ।


ରଣ କରି ଏଠି ମାରିବି, ମରିବି

ପଛଘୁଞ୍ଚା ଦେବିନାହିଁ...ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action